Advertisment

ଦରବୃଦ୍ଧି : ୫ରେ କଂଗ୍ରେସର ରାଜଭବନ ଘେରାଉ, ବିଜେପି କହିଲା ନାଟକବାଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା, ମନଇଛା ଜିଏସଟି ଓ ଅଗ୍ନିପଥ ଯୋଜନା ଲାଗୁ ପ୍ରତିବାଦରେ ଆସନ୍ତା ୫ ତାରିଖ ଶୁକ୍ରବାର ରାଜଭବନ ଘେରାଉ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି । କଂଗ୍ରେସର ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ବିଜେପି ସମାଲୋଚନା କରିବା ସହ ଆନ୍ଦୋଳନ ନାଁରେ କଂଗ୍ରେସ ନାଟକବାଜି କରୁଛି ବୋଲି କହିଛି । ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, […]

ଅଦ୍ୟତନ ହୋଇଛି
୨୧ରୁ ବନ୍ୟାଂଚଳ ଯିବ ପିସିସି ଟିମ୍‌

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା, ମନଇଛା ଜିଏସଟି ଓ ଅଗ୍ନିପଥ ଯୋଜନା ଲାଗୁ ପ୍ରତିବାଦରେ ଆସନ୍ତା ୫ ତାରିଖ ଶୁକ୍ରବାର ରାଜଭବନ ଘେରାଉ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି । କଂଗ୍ରେସର ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ବିଜେପି ସମାଲୋଚନା କରିବା ସହ ଆନ୍ଦୋଳନ ନାଁରେ କଂଗ୍ରେସ ନାଟକବାଜି କରୁଛି ବୋଲି କହିଛି ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ‘ରାଜଭବନ ଘେରାଉ’ କରାଯିବ ।

୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ ‘ଅଛେଦିନ’ର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ଏହି ୮ବର୍ଷ ଭିତରେ ‘ଅଛେଦିନ’ପରିବର୍ତ୍ତେ ଭାରତର ଜନସାଧାରଣର ଦୁଃର୍ବିସହ ଜୀବନ ବିତାଉଛନ୍ତି । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କୁ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି ।

Advertisment

ସେହିଭଳି ଭାବରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି । ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ କଟର,ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ପଛାଇଲେ ନାହିଁ । ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ । ଯଦିଓ ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ ।

ନବୀନ ପଟ୍ଟନାୟକ ସରକାର ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ । ମୋଦି ସରକାର ପ୍ରତିବର୍ଷ ୨କୋଟି ଚାକିରି ଦେବାରେ ପ୍ରତିଶ୍ରୁତି ଦେଇଥିଲା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତେ ଆଜି ପାଂଖାପାଖି ୧୩ କୋଟିରୁ ଅଧିକ ଲୋକ ନିଜର ଚାକିରି ଓ ରୋଜଗାର ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରି ରାଜ୍ୟ କଂଗ୍ରେସ ଆସନ୍ତା ୫ତାରିଖରେ ରାଜଭବନ ଘେରାଉ କରିବ । ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ । ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଡ଼ା ସମାଲୋଚନା କରିଥିଲେ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କ’ଣ ଆନ୍ଦୋଳନ କରିବ, ତାହା ଦେଶବାସୀ ଜାଣିସାରିଛନ୍ତି । କ୍ଷମତାରେ ଥିବାବେଳେ କଂଗ୍ରେସ ନେତାମାନେ ଦୁର୍ନୀତିରେ ବୁଡ଼ି ରହିଥିଲେ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଏବେ ଇଡି ଜେରା କରୁଛି । ସେହି ପ୍ରସଙ୍ଗ ଲୋକଙ୍କ ମନରୁ ହଟାଇବାକୁ ଆନ୍ଦୋଳନ ନାଁରେ କଂଗ୍ରେସ ନାଟକବାଜି କରୁଛି ବୋଲି ସେ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe