Advertisment

ତେଲ ଦରବୃଦ୍ଧି : ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆସନ୍ତା ୭ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଥାଳି, ଖଞ୍ଜଣି, ପ୍ଲାକାର୍ଡ, ବ୍ୟାନର ଓ ପତାକା ଧରି ବିକ୍ଷୋଭ ସହ ସାଇକେଲ ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି ମାଧ୍ୟମରେ କଂଗ୍ରେସ ନିଜର ପ୍ରତିବାଦ ଜଣାଇବ। ଏଆଇସିସି ନିର୍ଦ୍ଦେଶରେ ଓଡ଼ିଶା ପିସିସି ପକ୍ଷରୁ ଏସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା […]

ତେଲ ଦରବୃଦ୍ଧି : ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

Niranjan-pattnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆସନ୍ତା ୭ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଥାଳି, ଖଞ୍ଜଣି, ପ୍ଲାକାର୍ଡ, ବ୍ୟାନର ଓ ପତାକା ଧରି ବିକ୍ଷୋଭ ସହ ସାଇକେଲ ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି ମାଧ୍ୟମରେ କଂଗ୍ରେସ ନିଜର ପ୍ରତିବାଦ ଜଣାଇବ। ଏଆଇସିସି ନିର୍ଦ୍ଦେଶରେ ଓଡ଼ିଶା ପିସିସି ପକ୍ଷରୁ ଏସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Advertisment

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି। ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି।

ଲୋକମାନଙ୍କ ଏପରି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଏଆଇସିସି ତରଫରୁ ଦେଶର ସବୁ ବ୍ଲକ, ନଗର, ଜିଲ୍ଲା ଓ ପ୍ରଦେଶ ସ୍ତରରେ କଂଗ୍ରେସ ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସହ ସାଇକେଲ ଯାତ୍ରା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment

୭ତାରିଖ ସକାଳେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି,ଖଞ୍ଜଣି ବଜେଇ ପ୍ଲାକାର୍ଡ଼, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଧାନର କ୍ୟୁଂଟାଲ ପ୍ରତି ଏମ୍‌ଏସପି ୨୯୩୦ ଟଙ୍କାକୁ ବୃଦ୍ଧିକରିବା, ଧାନକିଣିବାର ଟୋକନ ଅବଧିକୁ ଜୁନ-୩୦ ପରିବର୍ତେ ଜୁଲାଇ-୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା, କଟନୀ ଓ ଛଟନୀକୁ ସଂପୂର୍ଣ୍ଣ ବନ୍ଦ କରିବା, ଖରିଫ ଋତୁରେ ସମସ୍ତ ଚାଷୀଙ୍କୁ ରିହାତି ଦରରେ ବିହନ, ସାର ଓ କୀଟନାଶକ ଦ୍ରବ୍ୟ ଅବିଳମ୍ବେ ପ୍ରଦାନ କରିବା ଓ ରବି ଋତୁରେ ଚାଷୀଙ୍କର ଧାନକୁ ନ କଣିବା ଦ୍ୱାରା ଧାନ ଗଜା ହୋଇ ନଷ୍ଟ ହେବା ଫଳରେ ଅବିଳମ୍ବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନେଇ କେନ୍ଦ୍ର- ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଧାରଣା, ବିକ୍ଷୋଭ କରିବାକୁ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲା ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନେ ତୃଣମୂଳସ୍ତରର କର୍ମକର୍ତ୍ତା ଓ ସାଥିମାନଙ୍କୁ ଏକତ୍ର କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

ସେହିପରି ୯ତାରିଖରେ ଜିଲ୍ଲା ସଦର ମହକୁମା ସମେତ ପୌରପରିଷଦ, ଏନଏସିରେ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ଜନସାଧାରଣଙ୍କୁ ଅବଗତ କରାଇବା ନିମେନ୍ତ ସାଇକେଲରେ ପ୍ଲାକାର୍ଡ଼ ଓ ପତକା ଲଗାଇ ଅନ୍ୟୁନ ୫ କିଲୋମିଟର ସାମୁହିକ ଯାତ୍ରା କରିବାକୁ ଶ୍ରୀ ପଟ୍ଟନାୟକ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି ।

ସେହିପରି ଜୁଲାଇ ୧୪ରେ ଏକ ସାଇକେଲ ଯାତ୍ରା ଭୁବନେଶ୍ୱରସି୍ଥତ କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥନିବାସ, କଳ୍ପନା ଛକ, ରାଜମହଲ, ବିମାନ ବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସପିଟାଲ ପର୍ଯ୍ୟନ୍ତ ଯିବ।

ସେହିପରି ଜୁଲାଇ ୧୭ ତାରିଖରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିବାକୁ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। କୋଭିଡ୧୯ର ଗାଇଡଲାଇନକୁ ପାଳନ କରି ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe