Advertisment

କଂଗ୍ରେସର ଦମ୍ଭୋକ୍ତି: ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବୁ, ଓଡ଼ିଶାରେ ଗଢ଼ିବୁ ସରକାର

ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇବୁ। ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସରକାର ନିଶ୍ଚିତ ଗଢ଼ିବୁ । ଆଜି ଏଭଳି ଦମ୍ଭୋକ୍ତି ବାଢ଼ିଛି ରାଜ୍ୟ କଂଗ୍ରେସ ।

author-image
Ordigital Desk
Congerss

Congerss

ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇବୁ। ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସରକାର ନିଶ୍ଚିତ ଗଢ଼ିବୁ । ଆଜି ଏଭଳି ଦମ୍ଭୋକ୍ତି ବାଢ଼ିଛି ରାଜ୍ୟ କଂଗ୍ରେସ । ଏହାସହିତ ବିଜେଡି ସରକାରର ଦୁର୍ନୀତିକୁ ପର୍ଦ୍ଦାଫାସ କରିବା ପାଇଁ କଂଗ୍ରେସ ଖୁବଶୀଘ୍ର ଚାର୍ଜସିଟ୍ ଆଣିବ ଓ ଲୋକଙ୍କ ପାଖକୁ ଯାଇ ଜନମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି ।

Advertisment

ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଓଡ଼ିଶାର କଂଗ୍ରେସ ନେତାମାନଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେଲା । ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଗଲା । ଓଡ଼ିଶାରେ ଦଳର ସାଂଗଠନିକ ସ୍ଥିତିରେ ବ୍ୟାପକ ସୁଧାର ଆସିଛି । ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ କ’ଣ କରାଯିବ ତାହା ଉପରେ ବିସ୍ତୃତ ଭାବେ ରାଜ୍ୟରୁ ଆସିଥିବା ବରିଷ୍ଠ ନେତାମାନଙ୍କ ମତାମତ କେନ୍ଦ୍ରୀୟ ନେତୃତ୍ୱ ନେଲେ । ତେଲେଙ୍ଗାନାରେ କଂଗ୍ରେସର ୧୭ଜଣ ବିଧାୟକ ଥିଲେ । କିନ୍ତୁ ଏବେ ସରକାର ଗଢ଼ିଲା । ସେହି ଉଦାହରଣ କେନ୍ଦ୍ରୀୟ ନେତା ଦେଇଛନ୍ତି ।

ସେହିପରି ୧୯୯୦ରେ ଆମର ମାତ୍ର ୧୦ଜଣ ବିଧାୟକ ଥିଲେ, କିନ୍ତୁ ୧୯୯୫ରେ ଆମେ ଓଡ଼ିଶାରେ ସରକାର ଗଢ଼ିଲୁ । ତେଣୁ ନିର୍ବାଚନରେ ସବୁ ସମ୍ଭବ । ଓଡ଼ିଶାରେ ଆଗାମୀ ଦିନରେ ଲଢ଼େଇ ଜୋରଦାର ହେବ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ସଫଳ ହୋଇ ସରକାର ଗଢ଼ିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି ଆମକୁ ସେଭଳି କୌଣସି ଟାର୍ଗେଟ୍ କେନ୍ଦ୍ରୀୟ ନେତୃତ୍ୱ ଦେଇନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିବା ସହ କିଭଳି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବୁ ସେ ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି । ଆଗୁଆ ପ୍ରାର୍ଥୀ ଚୟନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏବେ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀକୁ ପର୍ଯ୍ୟବେକ୍ଷକ ପଠାଯାଇ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । କେନ୍ଦ୍ରୀୟ ନିର୍ବାଚନ କମିଟି ସେ ସମ୍ପର୍କରେ ନିଷ୍ପତ୍ତି ନେବେ ।ବୈଠକରେ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ଭେନୁଗୋପାଳ, ଓଡ଼ିଶା ପ୍ରଭାରୀ ଏ ଚେଲାକୁମାର ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି ।
କଂଗ୍ରେସ ଲୋକଙ୍କ ପାଖକୁ ଯିବ । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବିଜେଡି ସରକାର ବିରୁଦ୍ଧରେ ଜନମତ ପ୍ରସ୍ତୁତ କରିବ । ରାଜ୍ୟରେ ସିରିଜ୍ ଦୁର୍ନୀତି ହେଉଛି । ଲୋକେ ଅତିଷ୍ଠ ହୋଇପଡ଼ିଲେଣି । ଓଡ଼ିଶାରେ ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ଭଳି ଅନେକ ଦୁର୍ନୀତି ହୋଇଛି । ଆମେ ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବୁ । ଆଗାମୀ ଦିନରେ ସରକାର ଗଢ଼ିବାକୁ ଆମେ ଦୃଢ଼ ଆଶାବାଦୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisment

ସେହିପରି ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର କହିଛନ୍ତି ଯେ, ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବାସ୍ତବରେ ରାଜ୍ୟକୁ ବହୁ ପଛକୁ ଠେଲି ଦେଇଛି । ରାଜ୍ୟରେ ଦୁର୍ନୀତି, ବେରୋଜଗାର, ଚାଷୀଙ୍କ ଦୁର୍ଦ୍ଦଶା ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି । ରାଜ୍ୟରେ ବିଦ୍ୟୁତ ବିଭାଗରେ ୨୦ହଜାର କୋଟି ଟଙ୍କାର ବଡ଼ ଦୁର୍ନୀତି ହୋଇଛି । ବିଭିନ୍ନ ଦୁର୍ନୀତିର ଉଦାହରଣ ଦେଇ ବିଜେଡି ସରକାର ବିରୁଦ୍ଧରେ ଚାର୍ଜସିଟ୍ ପ୍ରସ୍ତୁତ ପାଇଁ କଂଗ୍ରେସ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେପି ମିଳିମିଶି ରାଜ୍ୟବାସୀଙ୍କ ସହ ଛଳନା କରୁଛନ୍ତି ଓ ରାଜ୍ୟକୁ ପଛକୁ ଠେଲିବାରେ ଲାଗିଛନ୍ତି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସର ପ୍ରାୟ ୩୦ଜଣ ବରିଷ୍ଠ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ବୈଠକରେ ଯୋଗ ଦେବାକୁ ଓଡ଼ିଶାରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ପଂଚାନନ କାନୁନଗୋ, ବିଜୟ ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରାମଚନ୍ଦ୍ର ଖୁଣ୍ଟିଆ, ଗଣେଶ୍ୱର ବେହେରା , ସପ୍ତଗିରି ଉଲାକା , ସୁଶୀଳା ତିରିଆ ପ୍ରମୁଖ ଯାଇଥିବା ଜଣାପଡ଼ିଛି ।

BjD Congress