Advertisment

ଆପ୍‌ ଆଣିଲା ବଡ଼ ଅଭିଯୋଗ: ଜେଲ ଭିତରେ କେଜ୍ରିୱାଲଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

ଅରବିନ୍ଦ କେଜ୍ରିୱାଲ ଏମିତି ଜଣେ ବ୍ୟକ୍ତି, ଯାହାଙ୍କୁ ବିଜେପି ନିର୍ବାଚନରେ ହରାଇ ପାରିବ ନାହିଁ। ଏବେ ସେହି କେଜ୍ରିୱାଲଙ୍କୁ ଜେଲରେ ଭର୍ତ୍ତି କରି ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଥିବା ଆତିଶୀ ଅଭିଯୋଗ କରିଛନ୍ତି।

Arvind Kejriwal

Arvind Kejriwal

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

ଆପ୍‌ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀ କହିଛନ୍ତି, ବିଗତ କିଛି ଦିନ ହେଲାଣି କେଜ୍ରିୱାଲଙ୍କ ରକ୍ତ ସର୍କରା ୩୦୦ରୁ ଉପରେ ରହିଛି। ସେ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତାଙ୍କୁ ତିହାର ଜେଲ କର୍ତ୍ତୃପକ୍ଷ ଦେଉ ନାହାନ୍ତି।

୩୦ ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ଇନସୁଲିନ ନ ଦେଇ କି ପ୍ରକାରର ଷଡ଼ଯନ୍ତ୍ର ଚାଲିଛି? କ’ଣ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ମାରି ଦେବାକୁ ଚାହୁଁଛନ୍ତି?

Advertisment

ଅରବିନ୍ଦ କେଜ୍ରିୱାଲ ଏମିତି ଜଣେ ବ୍ୟକ୍ତି, ଯାହାଙ୍କୁ ବିଜେପି ନିର୍ବାଚନରେ ହରାଇ ପାରିବ ନାହିଁ। ଏବେ ସେହି କେଜ୍ରିୱାଲଙ୍କୁ ଜେଲରେ ଭର୍ତ୍ତି କରି ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଥିବା ଆତିଶୀ ଅଭିଯୋଗ କରିଛନ୍ତି।

ଆତିଶୀଙ୍କ କହିବା କଥା ଅରବିନ୍ଦ କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ। ସେ ତାଙ୍କ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ ୫୪ ୟୁନିଟର ଇନସୁଲିନ ନିଅନ୍ତି। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଘରର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଥିଲେ। ଆଜି ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିବା ପାଇଁ ଏହାର ସଂସ୍ଥା ଇଡିକୁ ବ୍ୟବହାର କରୁଛି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଇଡି କୋର୍ଟଙ୍କୁ କେଜ୍ରିୱାଲଙ୍କ ସମ୍ପର୍କରେ ବଡ଼ କଥା କହିଥିଲା। କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ ଜେଲ ଭିତରରେ ପ୍ରଚୁର ଆମ୍ବ ଓ ମିଠା ଖାଉଛନ୍ତି। ସେ ନିଜର ବ୍ଲଡ ସୁଗାର ସ୍ତରକୁ ବୃଦ୍ଧି କରି ଜାମିନ ହାସଲ କରିବାକୁ ଚାହୁଁଥିବା ଇଡି କହିଛି।

ଏହାର ଜବାବରେ ଆତିଶୀ କହିଛନ୍ତି, “ଇଡି ନିୟମିତ ଭାବେ କୋର୍ଟରେ ମିଛ କହି ଚାଲିଛି। ଇଡି କୋର୍ଟଙ୍କୁ କହିଛି ଯେ ଅରବିନ୍ଦ କେଜ୍ରିୱାଲ ମିଠା ଚା’ ଓ ମିଠା ଖାଉଛନ୍ତି। ଏହା ସଂପୂର୍ଣ୍ଣ ମିଛ। କେଜ୍ରିୱାଲଙ୍କୁ ଚା’ ଓ ମିଠା ସ୍ୱତନ୍ତ୍ର ଭାବେ ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଉଛି।

ଅରବିନ୍ଦ କେଜ୍ରିୱାଲ କଦଳୀ ଖାଇ ରକ୍ତ ସର୍କରା ବୃଦ୍ଧି କରୁଥିବା ନେଇ ଇଡି ମିଛ କହୁଛି। ମୁଁ ଇଡି ଓ ବିଜେପିକୁ କହିବାକୁ ଚାହୁଁଛି ଯେ ମଧୁମେହ ରୋଗୀଙ୍କୁ କଦଳୀ ଓ ଟଫି କିମ୍ବା ଚକୋଲେଟ ଏମର୍ଜେନ୍ସି ପାଇଁ ପାଖରେ ରଖିବାକୁ କୁହାଯାଏ। କାରଣ ଗୁରୁତର ମଧୁମେହ ରୋଗୀଙ୍କ ସୁଗାର ସ୍ତର ହଠାତ ଖସି ଯିବାର ଆଶଙ୍କା ଥାଏ।”

Arvind Kejriwal ED Raid AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe