Advertisment

ପୁଲିସ ଝିଅ, ଗ୍ୟାଙ୍ଗଷ୍ଟର ପତ୍ନୀ; ଚର୍ଚ୍ଚାରେ ହରିୟାଣାର ବିଜେପି ପ୍ରାର୍ଥୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ବିରୁଦ୍ଧରେ ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅ ଓ ଗ୍ୟାଙ୍ଗଷ୍ଟର୍ ରାଜେଶ ହୁଦା ପତ୍ନୀ ମଞ୍ଜୁ ହୁଦାଙ୍କୁ ଟିକେଟ୍ ଦେଇଛି ବିଜେପି।

author-image
Debibandita Barick
ଅଦ୍ୟତନ ହୋଇଛି
Manju Hooda & Bhupinder Hooda

Manju Hooda & Bhupinder Hooda

ବିଧାନସଭା ନିର୍ବାଚନ ପାଇଁ ସରଗରମ ହୋଇଯାଇଛି ହରିୟାଣା ରାଜନୀତି। କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ବିରୁଦ୍ଧରେ ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅ ଓ ଗ୍ୟାଙ୍ଗଷ୍ଟର୍ ରାଜେଶ ହୁଦାଙ୍କ ପତ୍ନୀ ମଞ୍ଜୁ ହୁଦାଙ୍କୁ ଟିକେଟ୍ ଦେଇଛି ବିଜେପି। ମଞ୍ଜୁ ହୁଦା ବର୍ତ୍ତମାନ ରୋହତକ ଜିଲ୍ଲା ପରିଷଦର ଅଧ୍ୟକ୍ଷ। ତାଙ୍କୁ ଗଢୀ ସାମ୍ପଲ-କିଲୋଇ ନିର୍ବାଚନମଣ୍ଡଳୀରୁ ଟିକେଟ ମିଳିଛି। 

Advertisment

ଟିକେଟ୍ ମିଳିବା ପରେ ମଞ୍ଜୁ ହୁଦା କହିଛନ୍ତି, "ମୋ ପ୍ରତି ଲୋକଙ୍କ ଦୃଢ଼ ସମର୍ଥନ ରହିଛି। ଏହି ଆସନ କଂଗ୍ରେସ ଶାସନରେ ଥିଲେ ମଧ୍ୟ ଜିତିବା ପାଇଁ ଚ୍ୟାଲେଞ୍ଜ ହେବ ନାହିଁ।"

ମଞ୍ଜୁ ହୁଦା କିଏ?

  • ମଞ୍ଜୁ ହୁଦା ଦେଢ ବର୍ଷରୁ ଅଧିକ ସମୟ ଧରି ରୋହତକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଛନ୍ତି। 
  • ତାଙ୍କ ସ୍ୱାମୀ ରାଜେଶ ହୁଦାଙ୍କ ନାଁରେ ଅନେକ କ୍ରିମିନାଲ ରେକର୍ଡ ରହିଛି। ବିରୋଧୀ ଏହି ପ୍ରସଙ୍ଗକୁ ମୁଦ୍ଦା କରିବାକୁ ପ୍ରସ୍ତୁତ ହେଉ ଥିବାବେଳେ ସ୍ୱାମୀଙ୍କ କ୍ରାଇମ୍ ହିଷ୍ଟ୍ରୀ ତାଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ମଞ୍ଜୁ ହୁଦା କହିଛନ୍ତି। ସେ କହିଛନ୍ତି, "ମୁଁ ଠିକ୍ କାରଣ ପାଇଁ ଛିଡା ହୋଇଛି।"
  • ମଞ୍ଜୁଙ୍କ ବାପା ପ୍ରଦୀପ ଯାଦବ ହରିୟାଣା ପୁଲିସର ଡେପୁଟି ସୁପରିଟେଣ୍ଡେଣ୍ଟ ଥିଲେ।
  • ରାଜେଶଙ୍କୁ ବିବାହ କରିବା ପରେ ସେ ନିଜ ନାମ ମଞ୍ଜୁ ଯାଦବରୁ ମଞ୍ଜୁ ହୁଦାକୁ ପରିବର୍ତ୍ତନ କରିଥିଲେ।
Advertisment

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଆସନ୍ତା ମାସ ୫ ତାରିଖରେ ଭୋଟ୍ ପଡିବ ଏବଂ ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ବିଜେପି ସେପ୍ଟେମ୍ବର ୪ରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେମାନଙ୍କ ମଧ୍ୟରେ ଆଠ ଜଣ ମହିଳା ଥିବାବେଳେ ୪୧ରୁ ଅଧିକ ବିଧାୟକଙ୍କୁ ପୁଣି ଥରେ ଟିକେଟ୍ ମିଳିଛି।

ସେପଟେ, କଂଗ୍ରେସ ଗତକାଲିପ୍ରଥମ ତାଲିକା ପ୍ରକାଶ କରିଛି, ଯେଉଁଥିରେ ୩୨ ଜଣ ପ୍ରାର୍ଥୀ ଅଛନ୍ତି। ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଦଳରେ ସାମିଲ ହେବା ପରେ କଂଗ୍ରେସର ବଳ ବଢିଛି। ଦୀର୍ଘଦିନ ହେବ ଆନ୍ଦୋଳନରେ ବସିଥିବା କୃଷକଙ୍କ ସମର୍ଥନ ମଧ୍ୟ କଂଗ୍ରେସ ସହ ରହିଛି। ଏପରି କ୍ଷେତ୍ରରେ ବିଜେପି ଅକ୍ତିଆରରେ ଥିବା ହରିୟାଣା ଆସନ କାହା ସପକ୍ଷରେ ଯାଉଛି, ତା' ଉପରେ ସମସ୍ତଙ୍କ ନଜର। 

Assembly Election Bhupinder Singh Hooda Haryana Election BJP Candidates Manju Hooda