Advertisment

ମୋହନ ସରକାରରେ ପ୍ରଥମ: ଦୁର୍ନୀତିଗ୍ରସ୍ତ ବରିଷ୍ଠ ରାଜସ୍ୱ ସହାୟକ ବରଖାସ୍ତ

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଲମ୍ବୋଦର ବେହେରା ଯିଏକି ଏବେ ଅନୁଗୋଳ ଡିପିଏମୟୁରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଭିଜିଲାନ୍ସ ମାମଲାରେ ଚାକିରିରୁ ବରଖାସ୍ତ କରାଯାଇଛି।

author-image
Ordigital Desk
undefined

Mohan Majhi

ରାଜ୍ୟ ସରକାର ଆଜି ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିଛନ୍ତି । ମୋହନ ମାଝୀଙ୍କ ସରକାରରେ କୌଣସି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ଅନୁଗୋଳ ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ(ଡିପିଏମୟୁ)ରେ  ଭାବେ କାର୍ଯ୍ୟରତ ଲମ୍ବୋଦର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଛି । ବିଜେଡି ସରକାର ଅମଳରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୪୭ଜଣ ଦୁର୍ନୀତିଗ୍ରସ୍ତ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

Advertisment

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଲମ୍ବୋଦର ବେହେରା ଯିଏକି ଏବେ ଅନୁଗୋଳ ଡିପିଏମୟୁରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଭିଜିଲାନ୍ସ ମାମଲାରେ ଚାକିରିରୁ ବରଖାସ୍ତ କରାଯାଇଛି। ୨୦୧୨ ଏପ୍ରିଲ ମାସରେ ଶ୍ରୀ ବେହେରା ଏକ ଜମି ପଟ୍ଟା କରାଇ ଦେବା ପାଇଁ ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ୨୦୨୪ ଜୁଲାଇ ୨୫ତାରିଖରେ ଅନୁଗୁଳସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଲାଂଚ ମାମଲାରେ ଶ୍ରୀ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । କୋର୍ଟ ମଧ୍ୟ ତାଙ୍କୁ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ । ଏହି ଦଣ୍ଡାଦେଶ ପରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥିଲା । ଯାହା ଆଧାରରେ ଅନୁଗୁଳ ଡିପିଏମୟୁର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୯ ଜାନୁୟାରୀ ପହିଲାରୁ ୨୦୨୪ ଜୁନ ମାସ ମଧ୍ୟରେ ତତକାଳୀନ ବିଜେଡି ସରକାର ଦୁର୍ନୀତି ଅଭିଯୋଗ ଓ ବେଆଇନ ସମ୍ପତ୍ତି ଠୁଳ ମାମଲାରେ ୪୭ଜଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

Advertisment
Bjp