Advertisment

ମନ୍ତ୍ରୀ ଢ଼ୋଲକିଆଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ: ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ, ଏପଟେ ଇସ୍ତଫା ଦାବି କଲା କଂଗ୍ରେସ

ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ନୂଆପଡ଼ା ଜିଲ୍ଲାରେ ବନ୍ଦ ପାଳନ ହୋଇଛି।

rajendra dholkia

rajendra dholkia

Advertisment

ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ନୂଆପଡ଼ା ଜିଲ୍ଲାରେ ବନ୍ଦ ପାଳନ ହୋଇଛି । ଏପଟେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ତାଙ୍କର ଇସ୍ତଫା  ଦାବି କରିଛି । ଯଦି ମନ୍ତ୍ରୀ ଢ଼ୋଲକିଆଙ୍କୁ ତୁରନ୍ତ ବରଖାସ୍ତ କରାନଯାଏ ତା’ହେଲେ ଜିଲ୍ଲାରେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଚେତାବନୀ ଦେଇ କହିଛନ୍ତି ଯେ, ମନ୍ତ୍ରୀ ଢ଼ୋଲକିଆ ଯଦି ଇସ୍ତଫା ନଦିଅନ୍ତି ବା ତାଙ୍କୁ ଯଦି ବରଖାସ୍ତ କରାନଯାଏ ତେବେ କଂଗ୍ରେସ ଦଳ ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇବ । ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସରକାର ୩୦ ପ୍ରତିଶତ ପିସି ସରକାର ବୋଲି ଅଭିଯୋଗ ଆଣିଥିଲା । ପଂଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି । ଏହି ଅଭିଯୋଗ ଉପରେ ସେତେବେଳେ ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟ କହିଥିଲେ ଯେ କଂଗ୍ରେସ ଏହାର ପ୍ରମାଣ ଦେଉ।

ଆଜି ଖୋଦ ବିଜେଡ଼ି ଦଳର ଜିଲ୍ଲା ସଭାପତି ଓ ଛାମୁଆଁ ନେତାମାନେ ନିଜ ଦଳର ମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲା ପରେ ଆହୁରି ପ୍ରମାଣର ଆବଶ୍ୟକତା ଅଛି କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ନୂଆପଡ଼ାର ବିଜେଡ଼ି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲି ଉଦାହରଣ ସୃଷ୍ଟି କରିଛନ୍ତିି । ରାଜ୍ୟରେ ଅନ୍ୟ ସ୍ଥାନଗୁଡ଼ିକରେ ଅନୁରୂପ ସଚ୍ଚୋଟ ବିଜେଡ଼ି ନେତା ଓ କର୍ମୀମାନେ ଏହିଭଳି ପ୍ରତିବାଦ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ନୂଆପଡ଼ାବାସୀ ମଧ୍ୟ ଦୁର୍ନୀତି ବିରୁଦ୍ଧରେ ବନ୍ଦ ଆନ୍ଦୋଲନରେ ସାମିଲ ହୋଇ ଏକ ନଜିର ସୃଷ୍ଟି କରିଛନ୍ତିି ।  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅମୀୟ ପାଣ୍ଡବ, ପିସିସି ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ଶ୍ରୀ ଢ଼ୋଲକିଆଙ୍କ ବିରୁଦ୍ଧରେ ସଙ୍ଗୀନ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆଣି ନୂଆପଡ଼ା ଜିଲ୍ଲାରେ ବନ୍ଦ ପାଳିତ ହୋଇଥିଲା । ଖୋଦ୍  ବିଜେଡ଼ିର ଆଗଧାଡ଼ିର ଜିଲ୍ଲାସ୍ତରୀୟ ନେତାମାନେ ଏହି ଅଭିଯୋଗ ଆଣି ବନ୍ଦ ଡାକରା ଦେଇଥିଲେ । ବିଭିନ୍ନ ସରକାରୀ ପାଣ୍ଠି ଓ ଯୋଜନାର ଅର୍ଥ ହଡ଼ପ କରିବା ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି । ମନ୍ତ୍ରୀଙ୍କ ବିରୁଦ୍ଧରେ ମାଳମାଳ ଦୁର୍ନୀତି ଅଭିଯୋଗକୁ ବିରୋଧ କରି ଆଜି ଜିଲ୍ଲାରେ ବନ୍ଦ ପାଳନକୁ ସାଧାରଣ ଲୋକେ ସମର୍ଥନ କରିଥିଲେ ବୋଲି କଂଗ୍ରେସ କହିଛି।

Rajendra Dholkia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe