Advertisment

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି, ଚେର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ: ବିଜେପି, ମାହାଲ ମାଣ୍ଡା କିଏ?

ଦୁର୍ନୀତିର ଚେର ଗଣଶିକ୍ଷା ବିଭାଗରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଶ୍ରୀ  ବିଶ୍ୱାଳ ଅଭିଯୋଗ କରିଛନ୍ତି।

bjp

bjp

Advertisment

ପରୀକ୍ଷା ଦେଇନଥିବା ପରୀକ୍ଷାର୍ଥୀଙ୍କ ନାଁ ମେରିଟ୍ ଲିଷ୍ଟରେ ଅଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପରୀକ୍ଷାର୍ଥୀ ମାହାଲ ମାଣ୍ଡା କିଏ? ସରକାରୀ ନିଯୁକ୍ତି ପରୀକ୍ଷାରେ କାହିଁକି ବାରମ୍ବାର ଜାଲିଆତିର ଅଭିଯୋଗ ଆସୁଛି ।  ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିଛି । ଆଉ ଏପଟେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)କୁ ଲମ୍ବିଛି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏବେ ପ୍ରକାଶିତ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବାର ଖବର ଆସୁଛି । ପ୍ରକାଶିତ ହୋଇଥିବା ମେରିଟ୍ ଲିଷ୍ଟରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତିି । ଏଥିରୁ ସ୍ପଷ୍ଟ ହେଉଛି ଯେ, ନିଯୁକ୍ତି ପକ୍ରିୟାରେ ବ୍ୟାପକ ତ୍ରୁଟି ରହିଛି ଓ ସରକାରୀ ଚାକିରୀ ବିକ୍ରି କରାଯାଇଛି । ସେହି ନିଯୁକ୍ତିରେ କଟଅଫ ମାର୍କ କେତେ ରଖାଯାଇ ଓ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହାକି ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ।

ସେହିପରି ପ୍ରତ୍ୟେକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ୱ। ଏନେଇ ସବିଶେଷ ତଥ୍ୟ ୱେବସାଇଟରେ ଉପଲବ୍ଧ କରାଇବା ପାଇଁ ନିୟମ ଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି ତାକୁ ନେଇ ମଧ୍ୟ ପରୀକ୍ଷାର୍ଥୀମାନଙ୍କ ମନରେ ପ୍ରଶ୍ନ ଉଠିଛି । ଶିକ୍ଷକ ନିଯୁକ୍ତିରେ ସରକାରୀ ଚାକିରୀ ବିକ୍ରି କରି ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ଓ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ଦୁର୍ନୀତିର ଚେର ଗଣଶିକ୍ଷା ବିଭାଗରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଶ୍ରୀ  ବିଶ୍ୱାଳ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି ଯେ, ପୂର୍ବରୁ ଓଡ଼ିଶାରେ ଓପିଏସସି, ଓଏସଏସସି, ଓଟିଇଟି ଓ ପୁଲିସ ନିଯୁକ୍ତି ଭଳି ଅନେକ ସରକାରୀ ନିଯୁକ୍ତିସଂସ୍ଥା ଦ୍ୱାରା ପରିଚାଳିତ ପରୀକ୍ଷା ଓ ସରକାରୀ ଚାକିରି ବିକ୍ରି ହେବାର ଅଭିଯୋଗ ପ୍ରମାଣିତ ହୋଇ ସାରିଛି । କିନ୍ତୁ ସରକାର କେବେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଓଏସଏସସିର କୋଟିପତି କିରାଣୀ ବିରଂଚି ସାହୁ ଏବେ ପୁଣି ପଦନ୍ନୋତି ପାଇ ପୁନଃ ଅବସ୍ଥାପିତ ହୋଇଛି । ଏହା ହେଉଛି ସରକାରଙ୍କର ଦୁର୍ନୀତି ପ୍ରୀତିର ଉଦାହରଣ । ଏବେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଜାଲିଆତି ସେହି ତାଲିକାରେ ଯୋଡ଼ି ହେଲା । ପଶ୍ଚିମବଙ୍ଗରେ ଯେଉଁଭଳି ଶିକ୍ଷକ ନିଯୁକ୍ତି ଘୋଟାଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁର୍ଖାଜୀ ଗିରଫ ହେଲେ ଓଡ଼ିଶାରେ ମଧ୍ୟ ସେହିଭଳି ଅନେକ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁର୍ଖାଜୀମାନେ ଅଛନ୍ତି । ସେମାନେ କେବେ ଗିରଫ ହେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

BjD Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe