Advertisment

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ରେ ୫୦% କାମ କରି ୯୦% ଅର୍ଥ ଖାଇଗଲେ!

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତରେ ରହିଛି ମନ୍ମଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା।

School

School

Advertisment

ନିର୍ବାଚନ ପୂର୍ବରୁ ବିଜେଡି ସରକାର ରାଜ୍ୟରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରିଥିଲେ। ପ୍ରତି ପଞ୍ଚାୟତକୁ ସଶକ୍ତ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ରାଯାଇଥିଲା। ହେଲେ ପଞ୍ଚାୟତ କ’ଣ ସଶକ୍ତ ହେବ? ବିଜେଡି ନେତା ଓ ବ୍ଲକର କିଛି ଅଧିକାରୀ ମାଲାମାଲ୍‌ ହେଲେ! ୫୦% କାମ କରି ୯୦% ଅର୍ଥ ଖାଇଗଲେ। ଯେଉଁଥିପାଇଁ ଅନେକ ସ୍ଥାନରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ହୋଇଥିବା କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିଛି। ଏହାର ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ।

Advertisment

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତରେ ରହିଛି ମନ୍ମଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ବ୍ଲକ ପ୍ରଶାସନ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ କରୁଥିଲା। ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ୱର ୩୧ ତାରିଖରେ ସରିବା କଥା। ହେଲେ ୨୦୨୩ ଯାଇ ୨୦୨୪ର ଅଧା ବର୍ଷ ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ସରିଲା ନାହିଁ। ଅଧା ଗଢା ହୋଇ ପଡିରହିଛି ଶ୍ରେଣୀ ଗୃହ। ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ପଢ଼ୁଛନ୍ତି। ହେଲେ ଉଠିଛି ୫ ଲକ୍ଷରୁ ୪ ଲକ୍ଷ ୪୪ ହଜାର ୩୯୩ ଟଙ୍କା। ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରେଣୀ ଗୃହ କାମ କେବେ ସରିବ?

ଠିକ୍‌ ସେମିତି ବ୍ରାହ୍ମଣଗାଁ ରାଜସ୍ୱ ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ବ୍ଲକ ପ୍ରଶାସନ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କରୁଥିଲା। ହେଲେ ପ୍ରଶାସନ ଦରଗଢ଼ା ଘର ନିର୍ମାଣ କରି ଚୁପ୍‌ ବସିଛି। କିନ୍ତୁ ଗୃହ ନିର୍ମାଣ ବାବଦକୁ ୪ ଲକ୍ଷ ୫୩ ହଜାର ୮୯୩ ଟଙ୍କା ଉଠିଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଅଧପନ୍ତରିଆ କାମକୁ ନେଇ ବାସୁଦେବପୁର ବିଡିଓ ସଞ୍ଜୀବ କୁମାର ସାହୁ କହିଛନ୍ତି, କାମ ତଦାରଖ କରିବା ପରେ ବିଲ୍‌ କରାଯାଉଛି। ଯଦି କୌଣସି ସ୍ଥାନରେ ଅଧପନ୍ତରିଆ ଭାବେ କାମ ପଡ଼ିଥିବ, ତାହାହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାରୁ ପ୍ରକାଶ, ନିର୍ବାଚନ ପୂର୍ବରୁ ବିଜେଡି ସରକାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ଅର୍ଥ ମଞ୍ଜୁର କରିଥିଲେ। ବ୍ଲକ ପ୍ରଶାସନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ କରୁଥିଲା। ସେତେବେଳେ ଅଭିଯୋଗ ହେଉଥିଲା ଲୋକ ପ୍ରତିନିଧିଙ୍କ ବିନା ପରାମର୍ଶରେ ବ୍ଲକ୍‌ ପ୍ରଶାସନ ବିଜେଡି କର୍ମୀଙ୍କ ମଧ୍ୟମରେ ପ୍ରକଳ୍ପ କାର୍ଯ୍ୟ କରି ମାଲାମାଲ୍‌ ହେଉଥିଲା। ଯାହାକୁ ନେଇ ବିରୋଧୀ ଓ ପଞ୍ଚାୟତ ପ୍ରତିନିଧିମାନେ ହୋହଲ୍ଲା କରିଥିଲେ। ହେଲେ ସବୁ ଜାଣି ଚୁପ୍‌ ବସିଥିଲା ବ୍ଲକ ପ୍ରଶାସନ। ନିର୍ବାଚନରେ ବିଜେଡିର ପରାଜୟ ପରେ ସବୁ ପଦାରେ ପଡ଼ିଛି।

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

BjD Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe