Advertisment

୩ ନୁହେଁ, ୪ରେ ପ୍ରକାଶ ପାଇବ ମିଜୋରାମ ବିଧାନସଭା ରେଜଲ୍ଟ

ନିର୍ବାଚନ କମିଶନ କହିଛନ୍ତି, କାଉଣ୍ଟିଂ ତାରିଖ ବଦଳାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ। ଏହାକୁ ସମ୍ମାନ ଜଣାଇ କେବଳ ମିଜୋରାମରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ୪ ତାରିଖରେ କରାଯିବ।

Vote

Vote

Advertisment

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ। ୩ ତାରିଖ ବଦଳରେ ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତାରିଖ ପରିବର୍ତ୍ତନ ସମ୍ପର୍କରେ ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

Advertisment

ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି କହିଥିଲେ। କିନ୍ତୁ ଏହା ରବିବାର ପଡ଼ୁଥିବା ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମ ଏନଜିଓ ସଂଯୋଜକ କମିଟି ଏହା ବିରୋଧରେ ବିକ୍ଷୋଭ କରିଥିଲା। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ରବିବାର ୩ ତାରିଖ ହେଉଛି ଇଷ୍ଟର। ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ତେଣୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା।

ନିର୍ବାଚନ କମିଶନ କହିଛନ୍ତି, କାଉଣ୍ଟିଂ ତାରିଖ ବଦଳାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ। ଏହାକୁ ସମ୍ମାନ ଜଣାଇ କେବଳ ମିଜୋରାମରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ୪ ତାରିଖରେ କରାଯିବ।

Advertisment

ବାକି ୪ ରାଜ୍ୟ- ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ରାଜସ୍ଥାନରେ ଆସନ୍ତା ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ମିଜୋରାମର ୪୦ ବିଧାନସଭା ଆସନ ପାଇଁ ନଭେମ୍ବର ୭ରେ ଭୋଟିଂ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ଆସିଥିବା ଏକଜିଟ ପୋଲରେ ଆକଳନ କରାଯାଇଛି ଯେ ବର୍ତ୍ତମାନ କ୍ଷମତାରେ ଥିବା ମିଜୋ ନ୍ୟାଶନାଲ ଫ୍ରଣ୍ଟ ଗାଦିଚ୍ୟୁତ ହେବ।

ମିଜୋରାମରେ କ୍ଲିନ୍ ସୁଇପ୍‌ କରିବ ଜୋରାମ ପିପୁଲ୍‌ସ ମୁଭ୍‌ମେଣ୍ଟ (ZPM)। ଦଳ ୨୮ଟିରୁ ୩୫ଟି ଆସନରେ ବିଜୟୀ ହେବ। MNFକୁ ୩ରୁ ୭ଟି ଆସନ ମିଳିପାରେ। କଂଗ୍ରେସକୁ ୨ରୁ ୪ ଓ ବିଜେପିକୁ ୦ରୁ ୨ଟି ଆସନ ମିଳିବ ବୋଲି ଏକଜିଟ ପୋଲରେ କୁହାଯାଇଛି।

Election Mizoram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe