Advertisment

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ, ଗଣତି ଆରମ୍ଭ

ଆଜି ବାହାରିବ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ । ଜନାଦେଶ କାହା ସପକ୍ଷରେ ଯିବ ତାହା ଆଜି ସ୍ପଷ୍ଟ ହେବ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।

Police

Police

Advertisment

ଆଜି ବାହାରିବ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ । ଜନାଦେଶ କାହା ସପକ୍ଷରେ ଯିବ ତାହା ଆଜି ସ୍ପଷ୍ଟ ହେବ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।

Advertisment

ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ୭୪ ହଜାର ପଞ୍ଚାୟତ ପାଇଁ ମତାଦାନ ହୋଇଥିଲା। ରାଜ୍ୟର ୨୨ଟି ଜିଲ୍ଲାର ୩୩୯ କାଉଣ୍ଟିଂ ବୁଥରେ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉତ୍ତେଜନାମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିନିମନ୍ତେ ପ୍ରତି ବୁଥ୍‌ ବାହାରେ ପୁଲିସ୍‌ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀ ଜଗି ରହିଛନ୍ତି।

ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମାତ୍ରାଧିକ ହିଂସା କାଣ୍ଡ ଘଟିଥିଲା। ଏହାକୁ ନଜରରେ ରଖି ଗତକାଲି ୬୯୭ ବୁଥରେ ପୁଣି ଥରେ ମତଦାନ ହୋଇଥିଲା। ନିର୍ବାଚନୀ ହିସାଂକାଣ୍ଡ ନେଇ ପାଚିମବଙ୍ଗ ରାଜ୍ୟପାଳ ଦିଲ୍ଲୀ ଗସ୍ତ କରି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି।

Advertisment

ଏହାପରେ ପଶ୍ଚିମବଙ୍ଗ ଫେରି ସେ ସାମ୍ବାଦିକଙ୍କୁ କହିଛନ୍ତି, ହିଂସା ଦେଶର ଭବିଷ୍ୟତକୁ ଉଜାଡ଼ି ଦେବ । ଏହା ଉପରେ ରୋକ ଲଗାଇବା ଜରୁରୀ। ଆଜି ରାଜ୍ୟପାଳ ହିଂସା ପ୍ରଭାବିତ ଅଞ୍ଚଳର ଗସ୍ତ କରିବେ।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଶନିବାର ନିର୍ବାଚନ ଦିନ କେବଳ ୧୧ ଟିମଏସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା। ଏହାବାଦ ବିଜେପିର ୩ , କଂଗ୍ରେସର ୩, ସିପିଆଇଏମର ଦୁଇ କାର୍ଯ୍ୟକର୍ତ୍ତା ଉଗ୍ର ହିଂସାକାଣ୍ଡରେ ଆକ୍ରମଣର ଶିକାର ହୋଇ ଆଖି ବୁଜିଛନ୍ତି।

ବହୁ ସ୍ଥାନରେ ଲୋକେ ବାଲାଟ ବକ୍ସରେ ନିଆଁ ଲଗାଇ ଦେଇଥିବା ବେଳେ କେଉଁଠି ତାହାକୁ ପାଣିରେ ଫୋପାଡ଼ି ଦେଇଥିଲେ। ବହୁ ସ୍ଥାନରେ ମତଦାନ କେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ। ଏହାପରେ ପୁଣି ଥରେ ଗତକାଲି ମତଦାନ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣନା ।

West Bengal Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe