Advertisment

ସ୍ୱାମୀ ବିରୋଧରେ ଲଢ଼ିବେ ସ୍ତ୍ରୀ!

୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ରୀତା ଚୌଧୁରୀ କଂଗ୍ରେସ ଟିକେଟ ପାଇବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ତାଙ୍କ ସ୍ୱାମୀ ବୀରେନ୍ଦ୍ରଙ୍କୁ ଟିକେଟ ଦେଇଥିଲା।

Congress

Congress

Advertisment

ନଭେମ୍ବର ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ରାଜ୍ୟବାସୀ ଭୋଟ ଦେଇ ନିଜର ପରବର୍ତ୍ତୀ ସରକାର ବାଛିବେ। ତେବେ ରାଜ୍ୟର ଗୋଟିଏ ଆସନରେ ହେବାକୁ ଥିବା ସମ୍ଭାବ୍ୟ ଲଢ଼େଇକୁ ନେଇ ଚର୍ଚ୍ଚା ଏବେ ଠାରୁ ଆରମ୍ଭ ହୋଇଯାଇଛି।

Advertisment

ରାଜସ୍ଥାନର ଦନ୍ତା ରାମଗଡ଼ ନିର୍ବାଚନ ମଣ୍ଡଳୀରେ ଏଥର ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇ ପାରନ୍ତି। କାରଣ ହରିଆଣା ଭିତ୍ତିକ ଜେଜେପି ଏଠାରେ ରୀତା ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରେ ବର୍ତ୍ତମାନ ତାଙ୍କ ସ୍ୱାମୀ ବୀରେନ୍ଦ୍ର ସିଂହ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।

ସେ ୨୦୧୮ରେ କଂଗ୍ରେସ ଟିକେଟରୁ ଜିତିଥିଲେ। ୨୦୨୩ରେ ମଧ୍ୟ କଂଗ୍ରେସ ତାଙ୍କୁ ଏଠାରୁ ପୁଣି ଟିକେଟ ଦେବା ଏକପ୍ରକାରର ନିଶ୍ଚିତ। ଯଦି କଂଗ୍ରେସ ବୀରେନ୍ଦ୍ରଙ୍କୁ ଟିକେଟ ଦିଏ, ତା’ହେଲେ ଦନ୍ତା ରାମଗଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ହେବ।

Advertisment

ବୀରେନ୍ଦ୍ର ସିଂହଙ୍କ ପରିବାର ପାରମ୍ପରିକ ଭାବେ କଂଗ୍ରେସ ସହ ଜଡ଼ିତ। ବୀରେନ୍ଦ୍ର ହେଉଛନ୍ତି ପୂର୍ବତନ ପିସିସି ସଭାପତି ତଥା ୭ଥରର ବିଧାୟକ ନାରାୟଣ ସିଂହଙ୍କ ପୁଅ। କିନ୍ତୁ ବୀରେନ୍ଦ୍ର ସିଂହଙ୍କ ପତ୍ନୀ ଚଳିତ ବର୍ଷ ଅଗଷ୍ଟରେ ଜନନାୟକ ଜନତା ପାର୍ଟି(ଜେଜେପି)ରେ ଯୋଗ ଦେଇଥିଲେ। ସେ ଦଳରେ ଯୋଗଦେବା ମାତ୍ରେ ତାଙ୍କୁ ଜେଜେପି ମହିଳା ୱିଙ୍ଗର ରାଜସ୍ଥାନ ସଭାପତି ଦାୟିତ୍ୱ ମଧ୍ୟ ମିଳିଥିଲା।

୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ରୀତା ଚୌଧୁରୀ କଂଗ୍ରେସ ଟିକେଟ ପାଇବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ତାଙ୍କ ସ୍ୱାମୀ ବୀରେନ୍ଦ୍ରଙ୍କୁ ଟିକେଟ ଦେଇଥିଲା।

ସେବେଠାରୁ ପୂର୍ବତନ ସିକାର ଜିଲ୍ଲା ପ୍ରମୁଖ ରୀତା ନିଜର ରାଜନୀତିକ କ୍ୟାରିୟରକୁ ସୁଦୃଢ଼ କରିବାକୁ ଲାଗି ପଡ଼ିଥିଲେ। ସେ ଅନେକ ଲୋକଙ୍କୁ ଜେଜେପିରେ ସାମିଲ କରାଇ ସମସ୍ତଙ୍କୁ ଜଳକା ମଧ୍ୟ କରିଛନ୍ତି। ସୋମବାର ଜେଜେପି ‌ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହା ମଧ୍ୟରେ ରୀତାଙ୍କ ନାଁ ମଧ୍ୟ ରହିଛି।

ରୀତା ଚୌଧୁରୀ କହିଛନ୍ତି, “ମୁଁ ମୋର ହୃଦୟର କଥା ଶୁଣିଛି। ମୋତେ ଯାହା ଠିକ ଲାଗିଲା, ସେକାମ କରିଛି। ବହୁତ କିଛି ଭାବିବା ପରେ ମୁଁ ଜେଜେପିରେ ସାମିଲ ହୋଇଥିଲି। ମୁଁ ଲୋକଙ୍କ ସହ ରହିଛି। ସେମାନେ ଯାହା ଚାହିଁଛନ୍ତି, ସେଇଆ କରିଛି। ତେଣୁ ଲୋକମାନେ ମୋତେ ଓ ମୋ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ଲୋକମାନେ ଖୁସି ଅଛନ୍ତି। କାରଣ ସେମାନେ ପରିବର୍ତ୍ତନ ଚାହାନ୍ତି। ବର୍ତ୍ତମାନ ଦଳ ମୋତେ ଦନ୍ତା ରାମଗଡ଼ରୁ ପ୍ରାର୍ଥୀ କରିଛି। ମୁଁ ମଧ୍ୟ ଏଠାରୁ ଜିତିବି ବୋଲି ବିଶ୍ୱାସ ରହିଛି।”

ସ୍ୱାମୀଙ୍କ ସହ ଏଠାରେ ସମ୍ଭାବ୍ୟ ଲଢ଼େଇ ହେବ ବୋଲି ପ୍ରଶ୍ନରେ ରୀତା କହିଛନ୍ତି, “କଂଗ୍ରେସ ଏଯାଏ ତା’ର ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ଏହା ଉପରେ ମୁଁ ବୟାନ ଦେବା ଠିକ ହେବନି। କିନ୍ତୁ ଲୋକମାନେ ପରିବର୍ତ୍ତନ ଚାହାନ୍ତି। ମୁଁ ବିକାଶ, ପାଣି ସମସ୍ୟା ଓ ବେକାରୀକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବି। ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିବା ପ୍ରତିନିଧିମାନେ ଏଠାରେ କାମ କରିଛନ୍ତି। କିନ୍ତୁ ଆହୁରି ଅନେକ କିଛି କରିବାର ଅଛି।”

ରୀତା ଚୌଧୁରୀଙ୍କ ସ୍ୱାମୀ ବୀରେନ୍ଦ୍ର ସିଂହ କିନ୍ତୁ ଏଠାରେ ପତ୍ନୀଙ୍କ ସହ ସିଧା ଲଢ଼େଇ ହେବ ବୋଲି କହିଛନ୍ତି। ବୀରେନ୍ଦ୍ର କହିଛନ୍ତି, “ଜେଜେପି ତାଙ୍କୁ(ରୀତା ଚୌଧୁରୀ)ଙ୍କୁ ପ୍ରାର୍ଥୀ କରିଛି। ମୁଁ ମଧ୍ୟ ଏଠାରୁ ଟିକେଟ ପାଇବି ବୋଲି ଆଶା ରଖିଛି। ଏଭଳି ସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ।”

୨୦୧୮ରେ ବୀରେନ୍ଦ୍ରଙ୍କ ବାପା ନିର୍ବାଚନ ଲଢ଼ିବାକୁ ମନା କରିଥିଲେ। ତେଣୁ ବୀରେନ୍ଦ୍ରଙ୍କୁ ଟିକେଟ ମିଳିଥିଲା। ସେ ମଧ୍ୟ ଜିତିଥିଲେ। ଏହାପୂର୍ବରୁ ବୀରେନ୍ଦ୍ରଙ୍କ ବାପା ନାରାୟଣ ୧୯୭୨, ୧୯୮୦, ୧୯୮୫, ୧୯୯୩, ୨୦୦୩ ଓ ୨୦୧୩ରେ ଏହି ଆସନରୁ ଜିତିଥିଲେ।

Congress Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe