Advertisment

ସାଂସଦ ଭାବେ ଶପଥ ନେବେ ଜେଲରେ ଥିବା ସଞ୍ଜୟ ସିଂହ, କୋର୍ଟ ଦେଲେ ଅନୁମତି

ସଞ୍ଜୟ ସିଂହ ସୋମବାର ଶପଥ ନେବାର ଥିଲା। କିନ୍ତୁ ସୋମବାର ରାଜ୍ୟସଭାର କାର୍ଯ୍ୟସୂଚୀରେ ଏହାକୁ ତାଲିକା ଭୁକ୍ତ କରାଯାଇ ନଥିଲା।

aap

aap

Advertisment

ଜେଲରେ ଥିବା ଆପ ନେତା ସଞ୍ଜୟ ସିଂହ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ। ସେ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେବାକୁ ଯାଉଛନ୍ତି। ଦିଲ୍ଲୀର ଗୋଟିଏ କୋର୍ଟ ଆଜି ଏଥିପାଇଁ ଶ୍ରୀ ସିଂହଙ୍କୁ ଅନୁମତି ଦେଇଛନ୍ତି।

Advertisment

ରୋଜ ଆଭିନ୍ୟୁ କୋର୍ଟ ଆଜି ସଞ୍ଜୟ ସିଂହଙ୍କ ଓକିଲ ଓ ଜେଲ ଅଧୀକ୍ଷକଙ୍କୁ ରାଜ୍ୟସଭା ସଚିବାଳୟ ସହ କଥାବାର୍ତ୍ତା କରି କେବେ ଶପଥ ପାଠ କାର୍ଯ୍ୟକ୍ରମ ହେବ, ତା’କୁ ନିଶ୍ଚିତ କରିବାକୁ କହିଛନ୍ତି। ରାଜ୍ୟସଭା ସଚିବାଳୟର ସମୟ ଅନୁସାରେ ସଞ୍ଜୟ ସିଂହ ଜେଲରୁ ଯାଇ ସାଂସଦ ଭାବେ ଶପଥ ନେବେ।

ପ୍ରକୃତରେ ସଞ୍ଜୟ ସିଂହ ସୋମବାର ଶପଥ ନେବାର ଥିଲା। କିନ୍ତୁ ସୋମବାର ରାଜ୍ୟସଭାର କାର୍ଯ୍ୟସୂଚୀରେ ଏହାକୁ ତାଲିକା ଭୁକ୍ତ କରାଯାଇ ନଥିଲା। ତେଣୁ ସଞ୍ଜୟ ସିଂହଙ୍କ ଶପଥ ପାଠ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ସମୟ ଚୟନ କରାଯିବ ବୋଲି ଜଣାପଡ଼ିଛି। 

Advertisment

ଆଜିର ଶୁଶାଣି ବେଳେ ସ୍ୱତନ୍ତ୍ର ଜଜ ଏମକେ ନାଗପାଲ ଫେବୃଆରୀ ୮ କିମ୍ବା ୯ ତାରିଖରେ ସଞ୍ଜୟ ସିଂହଙ୍କୁ ଶପଥ ପାଠ କରିବାକୁ ଅନୁମତି ଦେଇଛନ୍ତି। ଜେଲରୁ ସିଧା ସେ ସୁରକ୍ଷା ବଳୟ ମଧ୍ୟରେ ସଂସକୁ ଯିବେ। ତାଙ୍କ ସହ ସୁରକ୍ଷାକର୍ମୀମାନେ ଉପସ୍ଥିତ ରହିବେ। ଯଦି ରାଜ୍ୟସଭା ସଚିବାଳୟ ୮ କିମ୍ବା ୯ ତାରିଖ ବ୍ୟତୀତ ଆଉ କୌଣସି ଦିନ ଧାର୍ଯ୍ୟ କରନ୍ତି, ତା’ହେଲେ ମଧ୍ୟ ସଞ୍ଜୟ ସିଂହ ଶପଥ ପାଠ ପାଇଁ ଜେଲରୁ ଯାଇ ପାରିବେ। ଏ ସମ୍ପର୍କରେ ଜେଲ ଅଧୀକ୍ଷକ ରାଜ୍ୟସଭା ସଚିବାଳୟ ସହ କଥା ହୋଇ ଦିନ ଧାର୍ଯ୍ୟ କରିବେ ବୋଲି କୋର୍ଟ କହିଛନ୍ତି।

ସଞ୍ଜୟ ସିଂହଙ୍କୁ ଇଡି ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ କରିଛି। ଗିରଫ ସତ୍ତ୍ୱେ ତାଙ୍କୁ ଆପ୍‌ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ମୋନନୀତ କରିଥିଲା।

ଫେବୃଆରୀ ୧ରେ ସଞ୍ଜୟ ସିଂହ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ୭ ଦିନର ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ଏହାଦ୍ୱାରା ସେ ଫେବୃଆରୀ ୫ରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନରେ ଯୋଗ ଦେଇ ପାରିବେ ଓ ରାଜ୍ୟସଭାର ସାଂସଦ ଭାବେ ଶପଥ ନେବେ।

ତେବେ ପରବର୍ତ୍ତୀ ଅବସ୍ଥାରେ ସେ ନିଜ ଆବେଦନରେ ସଂଶୋଧନ କରି କେବଳ ଶପଥ ପାଠ ଉତ୍ସବ ପାଇଁ ତାଙ୍କୁ ଜାମିନ ଦେବାକୁ କୋର୍ଟଙ୍କୁ ଅବଗତ କରାଇଥିଲେ। କୋଟଆ ମଧ୍ୟ ତାଙ୍କୁ ୫ ତାରିଖରେ ଶପଥ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହା ଉପରେ ରୋକ ଲଗାଇ ଦେଇଥିଲା। ତାଙ୍କୁ ସାଂସଦ ଭାବେ ଶପଥ ନେବା ପାଇଁ ସେ ଅନୁମତି ଦେଇ ନଥିଲେ। 

ବିଶୃଙ୍ଖଳା ଆଚରଣ ପାଇଁ ସଞ୍ଜୟ ସିଂହଙ୍କୁ ସଂସଦର ଗତ ଅଧିବେଶନରେ ନିଲମ୍ବନ କରାଯାଇଥିଲା। ତାଙ୍କ ମାମଲା ଏବେ ସ୍ୱାଧିକାର କମିଟିରେ ରହିଛି। କମିଟି ରିପୋର୍ଟ ନ ଦେବା ଯାଏ ସଞ୍ଜୟ ସିଂହ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି ଧନକର କହିଥିଲେ। ଏଯାଏ କମିଟି ରିପୋର୍ଟ ଦେଇ ନଥିବାରୁ ଫେବୃଆରୀ ୫ରେ ମଧ୍ୟ ତାଙ୍କୁ ସାଂସଦ ଭାବେ ଶପଥ ନେବାକୁ ଧନକର ଅନୁମତି ଦେଇ ନଥିଲେ। 

ED Raid Sanjay Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe