Advertisment

ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବେ କେଜ୍ରିୱାଲ; କୋର୍ଟ ନଯାଇ ଭର୍ଚୁଆଲି ହାଜର ହେଲେ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରରେ ହାଜର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଆଣିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର। ବିରୋଧୀଙ୍କୁ ଜବାବ ଦେବା ପାଇଁ ନିଜ ଆଡୁ ଆସ୍ଥା ଭୋଟ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି କେଜ୍ରିୱାଲ। ଏହାରି ମଧ୍ୟରେ ସେ ଆଜି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରରେ ହାଜର ହୋଇଛନ୍ତି। 

Advertisment

ସାଧାରଣତଃ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥାନ୍ତି। କିନ୍ତୁ କେଜ୍ରିୱାଲ ନିଜ ଆଡୁ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ତେଣୁ ଆଜି ତାଙ୍କ ଆପ୍ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବ।

70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ 62 ବିଧାୟକ ଅଛନ୍ତି। ବହୁ ମତ ଥାଇ ମଧ୍ୟ ନିଜ ଆଡୁ ଆସ୍ଥା ଭୋଟ୍ ଆଣିବାକୁ ଚାହୁଁଛନ୍ତି କେଜ୍ରିୱାଲ। କାରଣ ସେ କହିଛନ୍ତି ଯେ, ଗୋଟିଏ ଅବକାରୀ ମାମଲା (ମଦ ଦୁର୍ନୀତି)ରେ ଆପ୍ କର୍ମୀମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚାହୁଁଛି। ତେଣୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ଜନତାଙ୍କୁ ବିଶ୍ୱାସ ଦେବାକୁ ଆସ୍ଥା ଭୋଟ୍ ଆସିବ ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ଏହା ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଦ ନୀତି ମାମଲାରେ ଇଡି ସମନକୁ ଏଡାଇବାକୁ ନେଇ କୋର୍ଟରେ ହାଜର ହୋଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ କେଜ୍ରିୱାଲ। ଅଦାଲତରେ ଇଡି କହିଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟମୂଳକ ଭାବେ ସମନକୁ ବାରମ୍ବାର ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ ସେ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି କି ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁନାହାନ୍ତି।

ଯଦି ତାଙ୍କ ପରି ଜଣେ ଉଚ୍ଚ ପଦାଧିକାରୀ ବ୍ୟକ୍ତି ଆଇନକୁ ଅବମାନନା କରନ୍ତି, ତେବେ ସାଧାରଣ ଲୋକ(ଆମ୍ ଆଦମି)ଙ୍କ ପାଇଁ ଏକ ଭୁଲ ଉଦାହରଣ ସୃଷ୍ଟି କରିବ ବୋଲି ଏଜେନ୍ସି କହିଛି।

ପ୍ରକାଶ ଥାଉ କି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ପାଞ୍ଚ ଥର ସମନ ପଠାଇ ସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହାକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଇଡିରେ ହାଜର ହେଉନାହାନ୍ତି 

Arvind Kejriwal Enforcement Directorate Liquor Policy Trust Vote Delhi Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe