Advertisment

ଜମି ଦୁର୍ନୀତି ମାମଲା: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ସିଦ୍ଧରମୈୟା କରିଥିବା ଆବେଦନ ଖାରଜ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରି ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Siddaramaiah & HC

Siddaramaiah & HC

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନ ଏହି ମାମଲା ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଏ ମାମଲା ଉପରେ ନିଷ୍ପତ୍ତି ନେବାପାଇଁ ରାଜ୍ୟପାଳଙ୍କର ସାମ୍ବିଧାନିକ ଅଧିକାର ରହିଛି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ, ହାଇକୋର୍ଟ ଏଥିରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି।

ପ୍ରକାଶ ଥାଉକି, କର୍ଣ୍ଣାଟକର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଘୋଟାଲା ଅଭିଯୋଗ ଆଣିଥିଲେ। ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

Advertisment

ରାଜ୍ୟପାଳ ତାଙ୍କ ଅନୁରୋଧ କ୍ରମେ ଅଗଷ୍ଟ ୧୬ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ହାଇକୋର୍ଟ ସେପ୍ଟେମ୍ବର ୧୨ରେ ଏହି ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ, ଯାହା ଆଜି ପ୍ରକାଶ ପାଇଛି। ତେବେ ହାଇକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିପାରିବ।

Siddaramaiah Karnataka High Court Karnataka Land Scam Case