Advertisment

ମହାରାଷ୍ଟ୍ର ବାଚସ୍ପତିଙ୍କ ସମେତ ୧୪ ବିଧାୟକଙ୍କୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ମୁଖ୍ୟ ସଚେତକ ଭରତସେଟ ଗୋଗାୱେଲ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଦ୍ୟତନ ହୋଇଛି
Bombay HC

Bombay HC

Advertisment

ମାହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ସମେତ ୧୪ ଜଣ ବିଧାୟକଙ୍କୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ। ନୋଟିସ୍ ହୋଇଥିବା ସମସ୍ତ ବିଧାୟକ ଶିବସେନା (ୟୁବିଟି) ଗୋଷ୍ଠୀର।ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ମୁଖ୍ୟ ସଚେତକ ଭରତସେଟ ଗୋଗାୱେଲ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟ ଆଜି ଏହି ଆବେଦନ ଉପରେ ବିଚାର କରି ବାଚସ୍ପତି ରାହୁଲ ନରୱେକରଙ୍କୁ ନେଟିସ୍ କରିଛନ୍ତି। ଏଥିସହ ଉଧବ ଠାକେରଙ୍କ ଗୋଷ୍ଠୀର ୧୪ ଜଣ ବିଧାୟକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

୨୦୨୨ରେ ଦଳ ବିଭାଜିତ ହେବା ପରେ ପରସ୍ପରର ବିଧାୟକଙ୍କୁ ଦଳ ବିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବାକୁ ଦାବି ହୋଇଥିଲା। ଉଦ୍ଧବ ଠାକରେ ଗୋଷ୍ଠୀର ପିଟିସନରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସମେତ ଶାସକ ଦଳର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇ ଥିବାବେଳେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଉଦ୍ଧବ ଠାକେରଙ୍କ ଦଳର ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି ହୋଇଥିଲା। 

Advertisment

କିନ୍ତୁ ଜାନୁଆରୀ ୧୦ରେ ବାଚସ୍ପତି ରାହୁଲ ନରୱେକର ଉଭୟ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ କ୍ୟାମ୍ପ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଉଭୟ ପକ୍ଷର ବିଧାୟକଙ୍କୁ ସଦସ୍ୟତା ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କିନ୍ତୁ ଏକନାଥ ସିନ୍ଦେ ଗୋଷ୍ଠୀ ବାଚସ୍ପତିଙ୍କ ଏହି ନିର୍ଦ୍ଦେଶକୁ ଗ୍ରହଣ କରିଥିନଥିଲେ।

ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ମୁଖ୍ୟ ସଚେତକ ଭରତସେଟ ଗୋଗାୱେଲ। ଜଷ୍ଟିସ ଗିରିଶ କୁଳକର୍ଣ୍ଣି ଏବଂ ଫିର୍ଦୋଶ ପୁନିୱାଲ ଆଜି ଏହି ଆବେଦନ ଉପରେ ବିଚାର କରି ବାଚସ୍ପତିଙ୍କ ସମେତ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ୧୪ ଜଣ ବିଧାୟକଙ୍କୁ ନୋଟିସ୍ ପଠାଇଛନ୍ତି। ଫେବ୍ରୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Maharashtra Politics Uddhav Sena MLA Bombay HC Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe