Advertisment

ସଞ୍ଜୟ ସିଂହଙ୍କୁ ମିଳିଲାନି ଜାମିନ, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ସଞ୍ଜୟ ସିଂହ।

ଅଦ୍ୟତନ ହୋଇଛି
Sanjay Singh

Sanjay Singh

Advertisment

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ପୁଣି ଥରେ ଝଟକା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦଙ୍କୁ ମିଳିଲାନି ବେଲ୍। ଆଜି ପୁଣି ଥରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ସଞ୍ଜୟ ସିଂହ।

Advertisment

ଏହା ପୂର୍ବରୁ ମଧ୍ୟ ସଞ୍ଜୟ ସିଂହ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ପୁନର୍ବାର ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଂସଦ ସଞ୍ଜୟ ସିଂହ। ହେଲେ ଏଥର ବି ସଞ୍ଜୟ ସିଂହଙ୍କୁ ଝଟକା ଲାଗିଛି। ହାଇକୋର୍ଟ ସ୍ପେଶାଲ ଜଜ୍ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଏହାକୁ ଖାରଜ କରି ଦେଇଛନ୍ତି। 

ଏ ଉପରେ ଶୁଣାଣି ଚାଲିଥିବା ସମୟରେ ଇଡି ଓକିଲ ଜାମିନ ନ ଦେବାକୁ ଯୁକ୍ତି ବାଢିଥିଲେ। ଯଦି ତାଙ୍କୁ ବେଲ୍ ଦିଆଯାଏ ତେବେ ସେ ପ୍ରମାଣ ନଷ୍ଟ କରିପାରନ୍ତି ଏବଂ ତଦନ୍ତରେ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓକିଲ କହିଥିଲେ। ସହବୁ ଦିଗକୁ ବିଚାର କରି ଶେଷରେ କୋର୍ଟ ସଞ୍ଜୟ ସିଂହଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। 

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପର ବହୁ ବଡ ବଡ ନେତା ଫସିଛନ୍ତି। ଅକ୍ଟୋବର 4ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। କେବଳ ଏ ଦୁଇ ନେତା ନୁହଁନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରୁଛି ଇଡି। ଏଥିପାଇଁ ଇଡି ତାଙ୍କୁ ଦୁଇ ଦୁଇ ଥର ନୋଟିସ୍ ପଠାଇ ସାରିଲାଣି। କିନ୍ତୁ ଇଡିର ନୋଟିସ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି କେଜ୍ରିୱାଲ। 

Delhi Liquor Police Sanjay Singh Enforcement Directorate Money Laundering Case APP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe