Advertisment

ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ହୋଇଥିବା ଆବେଦନ ଖାରଜ

କେଜ୍ରିୱାଲ ଗିରଫ ହୋଇ ଜେଲରେ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
undefined

Arvind Kejriwal

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଦରୁ ବାହାର କରିବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନ ହୋଇଥିଲା।

Advertisment

ଆଜି ଏହି ମାମଲା ଉପରେ ଶୁଶାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଆବେଦନକୁ ଖାରଜ କରି କହିଛନ୍ତି, "ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ଏକ ଆଇନଗତ ଅଦାଲତ। ଅଦାଲତରେ କେବେ କେଉଁଠି ରାଷ୍ଟ୍ରପତି ଶାସନ କିମ୍ବା ରାଜ୍ୟପାଳଙ୍କ ନିୟମ କୋର୍ଟ ଦ୍ୱାରା ଲାଗୁ ହେବାର ଦେଖିଛନ୍ତି କି?"

ଜଣେ ମୁଖ୍ୟମନ୍ତ୍ରୀ କେଉଁଠୁ କେମିତି ଶାସନ କରିବେ, ତାହା ତାଙ୍କର ବ୍ୟକ୍ତିଗତ ଆହ୍ୱାନ। ଏହା ମଧ୍ୟ କେଜ୍ୱିୱାଲଙ୍କ ନିଷ୍ପତ୍ତି। ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ରାଷ୍ଟ୍ରୀୟ ସ୍ୱାର୍ଥ ଅଧୀନରେ ରଖିବାକୁ ପଡିବ। ଗଣତନ୍ତ୍ରକୁ ତା ବାଟରେ ଚାଲିବାକୁ ଦିଅନ୍ତୁ କହାବା ସହ ଆବେଦନକାରୀଙ୍କୁ ସାମ୍ବାଧାନିକ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ୯ ଥର ସମନ ପଠାଇବା ପରେ ଶେଷରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି।

ସେ ଇଡିର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଜେଲରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଇବେ ବୋଲି କହିଛନ୍ତି। ଏହାକୁ ନେଇ ହିନ୍ଦୁ ସେନାର ସାମାଜିକ କର୍ମୀ ତଥା ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ନିକଟରେ ଏକ ଆବେଦନ କରିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, କେଜ୍ରିୱାଲ ଜେଲରେ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରାଯାଉ। 

ପରବର୍ତ୍ତୀ ସମୟରେ ଗୁପ୍ତା ତାଙ୍କ ଆବେଦନ ପ୍ରତ୍ୟାହାର କରି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି କହିଥିଲେ। ତଥାପି ସେ ହାଇକୋର୍ଟରେ ଆବେଦନ କରିଥିବାରୁ ଆଜି ଏ ଉପରେ ବିଚାର କରି ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। 

Arvind Kejriwal Delhi High Court Delhi Liquor Policy