Advertisment

ହିମାଚଳ ସରକାରଙ୍କ ନିଷ୍ପତ୍ତି; ମନ୍ତ୍ରୀ, ବିଧାୟକ ଓ ସଚିବଙ୍କୁ 2 ମାସ ବିଳମ୍ବରେ ମିଳିବ ଦରମା

ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିଧାନସଭାରେ ଏନେଇ ପ୍ରସ୍ତାବ ଦେବା ପରେ ସମସ୍ତେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
HP CM

HP CM

ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇ ମାସ ବିଳମ୍ବରେ ମିଳିବ। ରାଜ୍ୟରେ ଚାଲିଥିବା ଆର୍ଥିକ ଶଙ୍କଟ ମଧ୍ୟରେ ଉଚ୍ଚ ପଦାଧିକାରୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିଧାନସଭାରେ ଏନେଇ ପ୍ରସ୍ତାବ ଦେବା ପରେ ସମସ୍ତେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି।

Advertisment

ଏପରିକି ବିଧାୟକମାନେ ମଧ୍ୟ ଦରମା ଓ ଭତ୍ତା ଦୁଇ ମାସ ବିଳମ୍ବରେ ନେବା ପାଇଁ ନିଜ ଆଡ଼ୁ ସହମତି ପ୍ରକାଶ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଗୃହରେ ପ୍ରସ୍ତାବ ରଖି କହିଥିଲେ, "ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ କ୍ୟାବିନେଟ ସଦସ୍ୟ ତଥା ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇମାସ ବିଳମ୍ବ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ସ୍ୱେଚ୍ଛାକୃତ ଭାବେ ଏହି ନିଷ୍ପତ୍ତିରେ ସହମତ ହୁଅନ୍ତୁ ବୋଲି ଅନୁରେଧ କରିବି।"

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ହେବା ପଛରେ ଅନେକ କାରଣ ଅଛି। ଏଥର ରାଜସ୍ୱରେ ନିଅଣ୍ଟିଆ ଅନୁଦାନ ମୁଖ୍ୟତଃ ଭାବେ ଦାୟୀ। ଗତ ବର୍ଷ 2023-24 ବର୍ଷରେ 8,058 କୋଟି ଟଙ୍କା ଅନୁମୋଦିତ ହୋଇ ଥିବାବେଳେ ଚଳିତ ବର୍ଷ 2024-25 ପାଇଁ 1,800 କୋଟି ଟଙ୍କା ହ୍ରାସ ଘଟି 6,258 କୋଟିରେ ରହିଛି।

ଆମେ ରାଜ୍ୟ ସରକାରଙ୍କ ଆୟ ବୃଦ୍ଧି ଏବଂ ଅଣ-ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରିଛୁ। ଏହା ଫଳପ୍ରସୂ ହେବା ପାଇଁ ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉ କି, ଗତ କିଛି ମାସ ହେବ ପାହାଡ଼ ରାଜ୍ୟ ହିମାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ ଘଟି 30 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ରାସ୍ତା-ଘାଟ, ପୋଲ ଧୋଇଯିବା ସହ କୋଠା-ବାଡ଼ି ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଆକଳନ ଅନୁସାରେ, ବନ୍ୟା କାରଣରୁ ପ୍ରାୟ 842 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।  

Himachal Pradesh Sukhvinder Singh Sukhu