'ତଣ୍ଟି ତ ଶୁଖିଯାଉଛି, ଶଙ୍ଖ ଫୁଙ୍କିବା କେମିତି'

  • Published: Friday, 10 May 2024
  • , Updated: 10 May 2024, 05:35 PM IST

ଆଠଗଡ଼ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଆଠଗଡ଼ ନିର୍ବାଚନମଣ୍ଡଳୀର ଖୁଣ୍ଟୁଣୀ ଗ୍ରାମରେ କେତେ ପହଁଞ୍ଚିଛି ଯୋଜନା। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ଆଠଗଡ଼ ନିର୍ବାଚନମଣ୍ଡଳୀର ଜନସାଧାରଣ ? ତେବେ ଲୋକେ ଆଉ ବୁଝିବା ପରିସ୍ଥିତିରେ ନାହାଁନ୍ତି । ନେତାଙ୍କ କଥା ପଚାରିଲେ, ଦେଉଛନ୍ତି ମୁହଁ ତୋଡ଼ ଜବାବ। ଏହି ଗାଁର ଜନସାଧାରଣ ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ମାଉସୀ କହିଲେ, ପାଣି ତ ନାହିଁ ପଦ୍ମ ଫୁଟିବ କେମିତି, ତଣ୍ଟି ତ ଶୁଖିଯାଉଛି, ଶଙ୍ଖ ଫୁଙ୍କିବା କେମିତି ? ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

Related story