Advertisment

ଗିରିବାଳା ହେଲେ କଂଗ୍ରେସ କଟକ ମେୟର ପ୍ରାର୍ଥୀ

କଟକ(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଉଷ୍ମ ହେଲାଣି ସହର। ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ସିଲ୍‌ଭର ସିଟି କଟକ ପାଇଁ ଘୋଷଣା ହୋଇଛି ମେୟର ପ୍ରାର୍ଥୀ। କଂଗ୍ରେସର ବରିଷ୍ଠ ନେତ୍ରୀ ଗିରିବାଳା ବେହେରା ହୋଇଛନ୍ତି କଟକ ମେୟର ପ୍ରାର୍ଥୀ। ଆଜି ବସିଥିବା ପୌର ନିର୍ବାଚନ ସଂପର୍କିତ ବୈଠକରେ ତାଙ୍କୁ ଚୟନ କରାଯାଇଛି। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ସୂଚନା ଦେଇଛନ୍ତି। ଏଥିସହ କଟକ ସହରର ୫୬ଟି କର୍ପୋରେଟର ଆସନ ପାଇଁ ପ୍ରାର୍ଥୀ […]

ଅଦ୍ୟତନ ହୋଇଛି
ଗିରିବାଳା ହେଲେ କଂଗ୍ରେସ କଟକ ମେୟର ପ୍ରାର୍ଥୀ

Giribala-Behera

Advertisment

କଟକ(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଉଷ୍ମ ହେଲାଣି ସହର। ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ସିଲ୍‌ଭର ସିଟି କଟକ ପାଇଁ ଘୋଷଣା ହୋଇଛି ମେୟର ପ୍ରାର୍ଥୀ। କଂଗ୍ରେସର ବରିଷ୍ଠ ନେତ୍ରୀ ଗିରିବାଳା ବେହେରା ହୋଇଛନ୍ତି କଟକ ମେୟର ପ୍ରାର୍ଥୀ। ଆଜି ବସିଥିବା ପୌର ନିର୍ବାଚନ ସଂପର୍କିତ ବୈଠକରେ ତାଙ୍କୁ ଚୟନ କରାଯାଇଛି। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ସୂଚନା ଦେଇଛନ୍ତି। ଏଥିସହ କଟକ ସହରର ୫୬ଟି କର୍ପୋରେଟର ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପ୍ରାର୍ଥୀ ଚୟନ ଖୁବଶୀଘ୍ର ହେବ ବୋଲି ଚିରଞ୍ଜୀବ କହିଛନ୍ତି।

Advertisment

ଗିରିବାଳା ବେହେରା କହିଛନ୍ତି, ମୋତେ ମେୟର ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି, ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌ ଓ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି। ସରକାର କଟକ ସହରକୁ ଅବହେଳିତ କରୁଛନ୍ତି। ଏହା ବିରୋଧରେ ଲଢ଼େଇ କରୁଛୁ। ଆମର ଲଢ଼େଇ ଜାରି ରହିବ। ଏହାଛଡ଼ା ଅନ୍ୟାନ୍ୟ ସମସ୍ୟକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆମେ ଦୁର୍ନୀତି ମୁକ୍ତ ଶାସନ କରିବୁ। ଆଶା ରଖିଛୁ କଟକ ମହାନଗର ନିଗମକୁ ଦଖଲ କରିବୁ। ଏଥିପାଇଁ ରଣନୀତି ପ୍ରସ୍ତୁତି ହୋଇଯାଇଛି ବୋଲି ଗିରିବାଳା କହିଛନ୍ତି।

ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ୨୬ ତାରିଖରେ ଭୋଟ୍‌ ଗଣତି ହେବ। ସେଥିପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।

Advertisment

ଚଳିତବର୍ଷ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ। ଲୋକମାନେ ସେମାନଙ୍କୁ ବାଛିବେ। ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥ୍‌ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍‌ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍‌ ଦେଇ ହେବ। ଦ୍ୱିତୀୟ ଇଭିଏମ୍‌ରେ କର୍ପୋରେଟରଙ୍କୁ ଭୋଟ୍‌ ଦେବେ ଭୋଟର। ଏଥର ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟାର ବିକଳ୍ପ ରହିବ। ଏପ୍ରିଲ ୭ ତାରିଖରେ ପୌର ଉପାଧ୍ୟକ୍ଷ, ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ।

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe