Advertisment

ଦେଶର ସବୁଠୁ ଧନୀ କର୍ଣ୍ଣାଟକ ବିଧାୟକ, ଟପ୍ ୱାନରେ ଡିକେ ଶିବକୁମାର

ଧନୀ ବିଧାୟକଙ୍କ ତାଲିକା ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ(ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍(NEW)। ରିପୋର୍ଟ ଅନୁସାରେ ଦେଶରେ ସବୁଠୁ ଧନୀ ବିଧାୟକ କର୍ଣ୍ଣାଟକର। ଟପ୍ ୱାନରେ ଡିକେ ଶିବକୁମାର।

ଅଦ୍ୟତନ ହୋଇଛି
D K Shivakumar is India's richest MLA

D K Shivakumar is India's richest MLA

Advertisment

ଧନୀ ବିଧାୟକଙ୍କ ତାଲିକା ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ(ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍(NEW) । ରିପୋର୍ଟ ଅନୁସାରେ ଦେଶରେ ସବୁଠୁ ଧନୀ ବିଧାୟକ କର୍ଣ୍ଣାଟକର। ବିଧାୟକଙ୍କ ମଧ୍ୟରେ ସବୁଠୁ ଧନୀ କର୍ଣ୍ଣାଟକର ଡିକେ ଶିବକୁମାର ହୋଇ ଥିବାବେଳେ ଟପ୍ ୩ରେ ଅଛନ୍ତି ଏହି ରାଜ୍ୟର ବିଧାୟକ। ରିପୋର୍ଟ ଅନୁସାରେ, କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପାଖରେ ରହିଛି ୧୪୧୩ କୋଟିର ସମ୍ପତ୍ତି। 

Advertisment

ଶ୍ରେଷ୍ଠ କୋଡ଼ିଏ ଧନୀ ବିଧାୟକଙ୍କ ମଧ୍ୟରେ ୧୨ ଜଣ କର୍ଣ୍ଣାଟକ ବିଧାୟକ ରହିଛନ୍ତି। ADR ରିପୋର୍ଟ କହୁଛି ୧୪ ପ୍ରତିଶତ କର୍ଣ୍ଣାଟକ ବିଧାୟକ କୋଟିପତି, ଯେଉଁମାନଙ୍କର ଶହେ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ରହିଛି ଏବଂ ସମଗ୍ର ଭାରତରେ ବିଧାନସଭା ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୧୩.୬୩ କୋଟି ରହିଛି। ସେହିପରି ତାଲିକାର ପ୍ରଥମ ୩ ଧନୀ ବିଧାୟକ କର୍ଣ୍ଣାଟକର। ଦ୍ୱିତୀୟରେ ଅଛନ୍ତି ସ୍ୱାଧୀନ ବିଧାୟକ ତଥା ବ୍ୟବସାୟୀ କେଏଚ୍ ପୁଟ୍ଟସ୍ୱାମୀ ଗୌଡ଼। ୧୧୬୭ କୋଟିର ସମ୍ପତ୍ତି ସହ ସେ ଦେଶର ଦ୍ୱିତୀୟ ଧନୀ ବିଧାୟକ।

ଦେଶର ତୃତୀୟ ଧନୀ ବିଧାୟକ ହେଉଛନ୍ତି କର୍ଣ୍ଣାଟକର ଯୁବ ବିଧାୟକ ପ୍ରିୟକୃଷ୍ଣ, ତାଙ୍କର ୧୧୫୬ କୋଟିର ସମ୍ପତ୍ତି ରହିଛି। ଏହି ଗୋଷ୍ଠୀ ୨୮ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରୁ ୪,୦୦୧ ଜଣ ବିଧାୟକଙ୍କ ସମ୍ପତ୍ତିକୁ ବିଶ୍ଳେଷଣ କରିଥିଲା। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରୁ ଏହି ତଥ୍ୟ ପ୍ରକାଶ କରାଯାଇଛି।

Advertisment

ଶିବକୁମାର ଦେଶର ସବୁଠୁ ଧନୀ ବିଧାୟକ ହୋଇଥିବା ବେଳେ ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧାରା ହେଉଛନ୍ତି ସବୁଠୁ ଗରିବ। ତାଙ୍କର ମାତ୍ର ୧୭୦୦ ଟଙ୍କାର ସମ୍ପତ୍ତି ରହିଛି। ସେହିପରି କର୍ଣ୍ଣାଟକର ସବୁଠୁ ଗରିବ ବିଧାୟକ ହେଉଛନ୍ତି ବିଜେପିର ଭାଗିରଥୀ ମୂରୁଲ୍ୟ। ସେ ୨୮ ଲକ୍ଷ ସମ୍ପତ୍ତିର ମାଲିକ। 

ADR D K Shivakumar India's Richest MLA NEW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe