Advertisment

ସରକାର ଦୁର୍ନୀତିରେ ବୁଡ଼ି ରହିଛି: ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ସାଂଗଠନିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ସେ କହିଛନ୍ତି। ମାହାଙ୍ଗାରେ ବିଜେପି କର୍ମୀ କୁଳମଣି ବରାଳଙ୍କ […]

author-image
Manoranjan Sial
ଅଦ୍ୟତନ ହୋଇଛି
ସରକାର ଦୁର୍ନୀତିରେ ବୁଡ଼ି ରହିଛି: ଡି. ପୁରନ୍ଦେଶ୍ୱରୀ

d.purandeswari

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ସାଂଗଠନିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ସେ କହିଛନ୍ତି।

Advertisment

ମାହାଙ୍ଗାରେ ବିଜେପି କର୍ମୀ କୁଳମଣି ବରାଳଙ୍କ ହତ୍ୟାକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି, ଏହି ଘଟଣାରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କେତେ ଢିଲା, ତାହା ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଠି ସରକାର ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି।

ତେବେ ପୁରନ୍ଦେଶ୍ୱରୀଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

Advertisment

ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପୂର୍ବରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ନୟାଗଡ଼ ଯାଇ ମୃତ ପରୀଙ୍କ ବାପା ଓ ମା’ଙ୍କୁ ଭେଟି ସମବେଦନା ଜଣାଇଥିଲେ। ରାଜ୍ୟରେ ଆଇନ୍‌ଶୃଙ୍ଖଳା ଠିକ୍‌ ନଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଶେଷଦିନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମୟରେ ସେ  ଜିଲ୍ଲାସ୍ତରରେ ଲୋକଙ୍କ ସହ କର୍ମୀଙ୍କୁ ଯୋଡ଼ିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ କର୍ମୀଙ୍କୁ ଏକାଠି କରିବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ।