Advertisment

ବିଜେଡିରୁ ଦାମ ବହିଷ୍କୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ବଡ଼ ରାଜନୈତିକ ଘଟଣାକ୍ରମରେ ବିଜେଡିର ବରିଷ୍ଠ ନେତା ଡା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ବିଜେଡି ପକ୍ଷରୁ ଜାରି ଏକ ତିନିଧାଡ଼ିଆ ପ୍ରେସ୍ ରିଲିଜ୍‌ରେ ଦାମଙ୍କ ବହିଷ୍କାର ସଂପର୍କରେ ସୂଚନା ଗଣମାଧ୍ୟମକୁ ଦିଆଯାଇଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ […]

ଅଦ୍ୟତନ ହୋଇଛି
ବିଜେଡିରୁ ଦାମ ବହିଷ୍କୃତ

12

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ବଡ଼ ରାଜନୈତିକ ଘଟଣାକ୍ରମରେ ବିଜେଡିର ବରିଷ୍ଠ ନେତା ଡା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି।

Advertisment

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆଜି ବିଜେଡି ପକ୍ଷରୁ ଜାରି ଏକ ତିନିଧାଡ଼ିଆ ପ୍ରେସ୍ ରିଲିଜ୍‌ରେ ଦାମଙ୍କ ବହିଷ୍କାର ସଂପର୍କରେ ସୂଚନା ଗଣମାଧ୍ୟମକୁ ଦିଆଯାଇଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଦାମଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହାର ଘୋଷଣାର ସମୟକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା।

Advertisment

[caption id="attachment_275250" align="aligncenter" width="1110"]publive-imageଦଳରୁ ଡା ଦାମୋଦର ରାଉତଙ୍କୁ ବହିଷ୍କାର କରିବାକୁ ବିଜେଡି ପକ୍ଷରୁ ଜାରି କରାଯାଇଛି ଏହି ତିନିଧାଡିଆ ପ୍ରେସ୍ ରିଲିଜ୍[/caption]

ଗତକାଲି ଦାମଙ୍କ ସମର୍ଥନରେ ଏରସମା, କୁଜଙ୍ଗ ଓ ପାରାଦୀପରେ କିଛି ଲୋକ ବିଜେଡି ଓ ଦଳୀୟ ନେତାଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଘଟଣାକୁ ବିଜେଡି ସୁପ୍ରିମୋ ଗୁରୁତ୍ବର ସହ ନେଇ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଥିବା ଅନୁମାନ କରାଯାଉଛି। ଯଦିଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାନା ଦୁର୍ନୀତି ଅଭିଯୋଗ ଆଣି ଦାମୋଦର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ।

ସ୍ଥିତି ଏମିତି ହୋଇଥିଲା ଯେ, ବିଜେଡି ତାଙ୍କ ବିରୋଧରେ ଖୁବ୍ ଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ଆଜି ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯିବା ସଂପର୍କରେ ଘୋଷଣା କରାଯାଇଛି।

ଏ ସଂପର୍କରେ ଅଧିକ ଖବରକୁ ଅପେକ୍ଷା କରାଯାଇଛି।

ଦୁଇ ଦିନ ତଳେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ଥିଲା। ପଢ଼ନ୍ତ କାହିଁକିଖୁବ୍‌ଶୀଘ୍ର ବିଜେଡିରୁ ବିଦା ହେବେ ଦାମ !

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe