Advertisment

ଦାମଙ୍କ ପୁଅଙ୍କ ଟିକେଟ କଟିଲା, ବୋହୂଙ୍କୁ ପ୍ରାର୍ଥୀ କଲା ଦଳ

୨୦୦୯ ଓ ୨୦୧୪ରେ ଦାମୋଦର ରାଉତ ପାରଦୀପ ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଏହି ଆସନରୁ ବିଜେଡି ଟିକେଟରେ ଜିତିଥିଲେ।

Gitanjali and Sambit

Gitanjali and Sambit

Advertisment

ବିଜେଡି ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୨ ବିଧାୟକଙ୍କ ନାଁ ନାହିଁ। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ତେବେ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ଟିକେଟ ଦେଇଛି। 

Advertisment

ଟିକେଟ ପାଇବା ପରେ ଗୀତାଞ୍ଜଳି କହିଛନ୍ତି, ମୋ ଶ୍ୱଶୁର ଆଉ ନାହାନ୍ତି। ସେ ପାରାଦୀପ ପାଇଁ ବହୁତ କିଛି କରିଥିଲେ। ଗତ ୫ ବର୍ଷ ଧରି ମୋ ସ୍ୱାମୀ ମଧ୍ୟ ପାରାଦୀପର ବିଧାୟକ ଅଛନ୍ତି। ମୁଁ ବହୁ ଭୋଟ୍ ବ୍ୟବଧାନରେ ଜିତିବି ବୋଲି ବିଶ୍ୱାସ ଅଛି। କାରଣ ପାରଦୀପବାସୀଙ୍କର ମୋ ଉପରେ ଓ ମୋ ସ୍ୱାମୀଙ୍କ ଉପରେ ବିଶ୍ୱାସ ଅଛି। ଯେକୌଣସି ଚ୍ୟାଲେଞ୍ଜ ଆସିବ, ମୁଁ ତା’ର ସମ୍ମୁଖୀନ ହୋପାରିବି ବୋଲି ଆଶା ଅଛି। 

୨୦୦୯ ଓ ୨୦୧୪ରେ ଦାମୋଦର ରାଉତ ପାରଦୀପ ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଏହି ଆସନରୁ ବିଜେଡି ଟିକେଟରେ ଜିତିଥିଲେ।  

Advertisment

ଅନ୍ୟପକ୍ଷରେ ବିଜେଡି ଏହି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅନ୍ୟ ଯେଉଁ ବିଧାୟକଙ୍କ ନାଁ ନାହିଁ, ସେ ହେଉଛନ୍ତି- ନର୍ଲା ବିଧାୟକ ଭୂପିନ୍ଦର ସିଂ । ବିଜେଡି ଏଯାବତ୍ ୧୧୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୩୦ଟି ଆସନ ବାକି ଅଛି। ତେବେ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ଦେଇଛି।  

BjD Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe