Advertisment

କଂଗ୍ରେସରେ ମିଶିଲେ ଲୋକସଭା ସାଂସଦ ଦାନିଶ ଅଲୀ

କଂଗ୍ରେସରେ ମିଶିବା ପୂର୍ବରୁ ଅଲୀ ଦିଲ୍ଲୀର ୧୦ ଜନପଥ ସ୍ଥିତ ବାସଭବନରେ କଂଗ୍ରେସର ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ତାଙ୍କ ଆଶୀର୍ବାଦ ପରେ ଆଜି ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି।

Danish ali

Danish ali

Advertisment

ମୟାବତୀଙ୍କ ବିଏସପିରୁ ନିଲମ୍ବିତ ହୋଇଥିବା ଲୋକସଭା ସାଂସଦ ଦାନିଶ ଅଲୀ ଆଜି କଂଗ୍ରେସରେ ମିଶିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଅଲୀଙ୍କ ପଟ ପରିବର୍ତ୍ତନ ହୋଇଛନ୍ତି।

Advertisment

କଂଗ୍ରେସରେ ମିଶିବା ପୂର୍ବରୁ ଅଲୀ ଦିଲ୍ଲୀର ୧୦ ଜନପଥ ସ୍ଥିତ ବାସଭବନରେ କଂଗ୍ରେସର ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ତାଙ୍କ ଆଶୀର୍ବାଦ ପରେ ଆଜି ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି।

ରିପୋର୍ଟ ଅନୁସାରେ, କଂଗ୍ରେସ ଦାନିଶ ଅଲୀଙ୍କୁ ଉତ୍ତର ପ୍ରଦେଶର ଅମରୋହା ଲୋକସଭା ଆସନରେ ପ୍ରାର୍ଥୀ କରିବ। ୨୦୧୯ରେ ଏଠାରେ ସେ ବିଏସ୍‌ପି ଟିକେଟରୁ ଜିତି ଲୋକସଭାକୁ ଯାଇଥିଲେ। ତେଣୁ ଏବେ କଂଗ୍ରେସ ତାଙ୍କୁ ଉକ୍ତ ଆସନରୁ ହିଁ ଟିକେଟ ଦେବ ବୋଲି ଜଣାପଡ଼ିଛି।

Advertisment

ନିକଟରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଅମରୋହା ଅତିକ୍ରମ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ସହ ଅଲୀ ସାମିଲ ହୋଇଥିଲେ। ସେହିପରି ବିଜେପି ସାଂସଦ ରମେଶ ବିଦୁରୀ ଲୋକସଭାରେ ଦାନିଶ ଅଲୀଙ୍କୁ ଗୁଣ୍ଡା ଠାରୁ ଆରମ୍ଭ କରି ତାଙ୍କ ଧର୍ମକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଏହି ସମୟରେ କଂଗ୍ରେସ ତାଙ୍କ ସପକ୍ଷରେ ବାହାରିଥିଲା। ରାହୁଲ ଗାନ୍ଧି ନିଜେ ଦାନିଶ ଅଲୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ।

ସେବେଠାରୁ ଦାନିଶ ଅଲୀ କଂଗ୍ରେସରେ ମିଶିବେ ବୋଲି ଆକଳନ କରାଯାଉଥିଲା। ସେହିପରି ମାର୍ଚ୍ଚ ୧୪ରେ ସେ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଏକଥା ନିଶ୍ଚିତ ହୋଇଥିଲା। ଏବେ ସତକୁ ସତ ଅଲୀ କଂଗ୍ରେସରେ ମିଶିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ପାଇଁ କିଛି ମାସ ତଳେ ଦାନିଶ ଅଲୀଙ୍କୁ ମାୟାବତୀ ଦଳରୁ ନିଲମ୍ବିତ କରିଥିଲେ।

Congress Danish Ali Pawan Kheda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe