Advertisment

ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ପରେ ଘୋଷଣା ହେଲା ‘ଇଣ୍ଡିଆ’ର ତୃତୀୟ ବୈଠକ ତାରିଖ

ମୁମ୍ବାଇରେ ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ତାରିଖ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଆଜି ଘୋଷଣା କରାଯାଇଛି।

INDIA

INDIA

Advertisment

ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଅନୁଷ୍ଠିତ ହେବ। ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେବା ପରେ ଆଜି ଇଣ୍ଡିଆର ତୃତୀୟ ବୈଠକ ତାରିଖ ସାମ୍ନାକୁ ଆସିଛି।

Advertisment

ମୁମ୍ବାଇରେ ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ତାରିଖ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଆଜି ଘୋଷଣା କରାଯାଇଛି।

ମୋଦି ସରନେମ ବିବାଦକୁ ନେଇ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ଚାଲି ଯାଇଥିଲା। କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ମିଳିଥିବା ୨ ବର୍ଷର ଜେଲଦଣ୍ଡ ଉପରେ ରୋକ ଲଗାଇ ଦେଇଥିଲେ। ଏହାର ଅର୍ଥ ରାହୁଲ ଗାନ୍ଧି ପୁଣି ସାଂସଦ ମାନ୍ୟତା ପାଇବେ। ଏହି ବଡ଼ ଆଶ୍ୱସ୍ତି ପରେ ଇଣ୍ଡିଆ ପକ୍ଷରୁ ତୃତୀୟ ବୈଠକର ତାରିଖ ଘୋଷଣା ହୋଇଛି।

Advertisment

ମୁମ୍ବାଇରେ ଆଜି ମହା ବିକାଶ ଅଘାଡି(ଏମଭିଏ)ର ବୈଠକ ବସିଥିଲା। ବୈଠକ ପରେ ଶିବସେନା(ୟୁବିଟି)ର ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ବୈଠକରେ ୫ ଜଣ ମୁଖ୍ୟମନ୍ତ୍ରୀ ସାମିଲ ହେବ। ବୈଠକ ଗ୍ରାଣ୍ଡ ହାୟାତରେ ହେବ। ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିବେ। ବୈଠକ ଅଗଷ୍ଟ ୩୧ରେ ଆରମ୍ଭ ହେବ ଓ ସନ୍ଧ୍ୟାରେ ଡିନର କାର୍ଯ୍ୟକ୍ରମ ରହିଛି। ଏହାକୁ ଉଦ୍ଧବ ଠାକରେ ଆୟୋଜନ କରିବେ।”

କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ନାନା ପାଟୋଲେ କହିଛନ୍ତି, “ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିଚାର କରାଯିବ। ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କ ମାନହାନୀ କେସ୍‌ରେ ବଡ଼ ଆଦେଶ ଦେଇଛନ୍ତି। ସତ୍ୟର ଜୟ ହୋଇଛି। ଏଥିପାଇଁ ବୈଠକର ଗୁରୁତ୍ୱ ଅଧିକ ବଢ଼ି ଯାଇଛି।”

ପ୍ରଥମେ ୧୬ଟି ବିରୋଧ ଦଳ ଜୁନ ୨୩ରେ ପାଟନାରେ ଏକାଠି ହୋଇଥିଲେ। ଏହାପରେ ୨୬ଟି ଦଳର ନେତା ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବୈଠକ କରିଥିଲେ। ଏହି ବୈଠକରେ ହିଁ ବିରୋଧୀ ମେଣ୍ଟଗୁଡ଼ିକ ମିଳିତ ଭାବେ ନିଜର ନାଁ ଇଣ୍ଡିଆ ଘୋଷଣା କରିଥିଲେ।

ବେଙ୍ଗାଲୁରୁ ବୈଠକ ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ଆସନ୍ତା ବୈଠକରେ ୧୧ ଜଣିଆ ସଂଯୋଜକ କମିଟି ଗଠନ କରାଯିବା ସହ ଆବାହକ ମଧ୍ୟ ଚୟନ ହେବେ। ତେଣୁ ମୁମ୍ବାଇ ବୈଠକରେ ଏହି ସବୁ ପ୍ରସ୍ତାବ ଉପରେ ମୋହର ଲାଗି ପାରେ ବୋଲି ଆଶା କରାଯାଉଛି। 

India Opposition Nda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe