Advertisment

ଶରଦଙ୍କୁ ଭେଟିଲେ ବିଦ୍ରୋହି ଅଜିତ୍‌ ଓ ଟିମ୍‌; ଆଶୀର୍ବାଦ ମାଗିଲେ

କିଛି ଦିନ ତଳେ ଏନ୍‌ସିପିରେ ବିଦ୍ରୋହ କରି ମହାରାଷ୍ଟ୍ରରେ କ୍ଷମତା ପାଇବାର ବିରାଟ ନାଟକ କରି ସଫଳ ହୋଇଥିବା ଅଜିତ୍ ପାୱର ଗୋଷ୍ଠୀ ପୁଣି ଆଜି ଏକ ରାଜନୈତିକ ମହାନାଟକ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Maharashtra deputy CM Ajit Pawar and other ministers after meeting NCP chief Sharad Pawar

Maharashtra deputy CM Ajit Pawar and other ministers after meeting NCP chief Sharad Pawar

କିଛି ଦିନ ତଳେ ଏନ୍‌ସିପିରେ ବିଦ୍ରୋହ କରି ମହାରାଷ୍ଟ୍ରରେ କ୍ଷମତା ପାଇବାର ବିରାଟ ନାଟକ କରି ସଫଳ ହୋଇଥିବା ଅଜିତ୍ ପାୱର ଗୋଷ୍ଠୀ ପୁଣି ଆଜି ଏକ ରାଜନୈତିକ ମହାନାଟକ କରିଛନ୍ତି। ମହାରାଷ୍ଟ୍ର ମୌସୁମୀ ଅଧୀବେସନ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ସମସ୍ତ ଏନ୍‌ସିପି ମନ୍ତ୍ରୀଙ୍କ ସହ ସେ ଦାଦା ଶରଦ ପାୱାରଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତି ଶରଦଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏହି ଭେଟଘାଟ ହୋଇଛି। ସେଠାରେ ଅଜିତ୍ ଓ ତାଙ୍କ ବିଦ୍ରୋହି ନେତାମାନେ ଶରଦଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।

Advertisment

ଏନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ଆମେ ଆମ ଭଗବାନଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଥିଲୁ। ଏନ୍‌ସିପିରେ ଏକତା ରକ୍ଷା କରିବାକୁ ତାଙ୍କୁ ଅନୁରୋଧ କରିଥିଲୁ। ମାତ୍ର ସେ କୌଣସି ପ୍ରତିକ୍ରିୟା ରଖିନଥିଲେ।

ଜୁଲାଇ ୨ ତାରିଖରେ ଅଜିତ୍ ଏନ୍‌ସିପିରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ଏକନାଥଙ୍କ ସରକାରରେ ୯ ଏନ୍‌ସିପି ବିଧାୟକଙ୍କ ସହ ଯୋଗଦେଇଥିଲେ। ଆଜିର ଭେଟଘାଟ ବେଳେ ଏହି ୯ ବିଧାୟକଙ୍କ ସମେତ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତତ୍‌କାରେଙ୍କୁ ଦେଖିବାକୁ ମିଳିଥିଲା। ଶରଦ ପାୱାରଙ୍କ ଗୋଷ୍ଠୀରୁ ସୁପ୍ରିୟା ସୁଲେ, ଜୟନ୍ତୀ ପାଟିଲ, ଜିତେନ୍ଦ୍ର ଅୱହଡ୍ ଏହି ସମୟରେ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଶରଦଙ୍କ କ୍ୟାମ୍ପ ପକ୍ଷରୁ ଜୟନ୍ତୀ ପାଟିଲ କହିଛନ୍ତି ଯେ, ବିଦ୍ରୋହୀମାନେ ଦଳ ଭାଙ୍ଗିବା ନେଇ ଅନୁତପ୍ତ ଥିବା ପ୍ରକାଶ କରିଥିଲେ। ଶରତଙ୍କୁ ଏହାର ସମାଧାନର ବାଟ ବାହାର କରିବାକୁ ନିବେଦନ କରିଥିଲେ। ଶରଦ ସବୁ ଶୁଣି ଥିଲେ ହେଁ କିଛି କହି ନ ଥିଲେ। ଅଚାନକ ଏହି ଭେଟଘାଟ ହୋଇଥିଲା।

ମହାରାଷ୍ଟ୍ର ସରକାରକୁ ଆମେ ସମର୍ଥନ ଦେବୁନି। ତେଣୁ ବାଚସ୍ପତି ଆମକୁ ଏକ ବିଶେଷ ସ୍ଥାନ ଦେବାକୁ ସ୍ଥାନ ଖୋଜୁଛନ୍ତି। ଏନ୍‌ସିପିର ୨୦ ବିଧାୟକ ଉଭୟ ପକ୍ଷକୁ ସମର୍ଥନ କରୁଛନ୍ତି। ସେମାନେ ଶରଦଙ୍କ ଆଦର୍ଶକୁ ମାନ୍ୟ କରନ୍ତି। ବିରୋଧୀ ଦଳ ଭାବେ ଆମ ସହିତ ମଧ୍ୟ ଅଧିକ ବିରୋଧୀ ଦଳ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ୍‌ଙ୍କ ଇସ୍ତଫା ପରେ ବିରୋଧୀ ଦଳ ନେତା ପଦ ଫାଙ୍କା ପଡ଼ିଛି। ଏଥିସହ ଶରଦଙ୍କ ଏନ୍‌ସିପିର ସମର୍ଥନ ଉଦ୍ଧବଙ୍କ ଶିବସେନା(ୟୁବିଟି) ଓ କଂଗ୍ରେସ ପ୍ରତି ରହିଛି ବୋଲି ଜୟନ୍ତୀ କହିଛନ୍ତି।

ସୂଚନା ଥାଉକି, ଏହି ଭେଟ ପୂର୍ବରୁ ଅଜିତ୍ ଦୁଇଦିନ ତଳେ ଶରଦଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ହସ୍ପିଟାଲରୁ ଚିକିତ୍ସା ହୋଇ ଆସିଥିବା ଖୁଡ଼ି ପ୍ରତିଭା ପାୱାରଙ୍କୁ ଭେଟିଥିଲେ।

ସେପଟେ ଏହି ଭେଟଘାଟକୁ ନେଇ ସରକାରୀ ମେଣ୍ଟ ଭିତରେ ଭୃକୁଞ୍ଚନ ଦେଖିବାକୁ ମିଳିଛି।

Sarad Power Maharashtra Politics Ajit Pawar