Advertisment

ହାରିବା ପରେ ମୁହଁ ଖୋଲିଲେ ନବୀନ; ପାଣ୍ଡିଆନଙ୍କ ସମ୍ପର୍କରେ କହିଲେ ଏମିତି କଥା

ଭି.କେ ପାଣ୍ଡିଆନ୍‌ଙ୍କ ସମ୍ପର୍କରେ ମତ ରଖି ନବୀନ କହିଛନ୍ତି, ପରାଜୟ ପରେ ତାଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ପାଣ୍ଡିଆନ୍ ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି।

Naveen

Naveen

Advertisment

ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ୱୀକାର କରୁଛୁ। ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାକୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସେବା ଜାରି ରଖିବି କହିଛନ୍ତି ନବୀନ ପଟ୍ଟନାୟକ।

Advertisment

ଭି.କେ ପାଣ୍ଡିଆନ୍‌ଙ୍କ ସମ୍ପର୍କରେ ମତ ରଖି ନବୀନ କହିଛନ୍ତି, ପରାଜୟ ପରେ ତାଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ପାଣ୍ଡିଆନ୍ ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ପାଣ୍ଡିଆନ୍ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ବ୍ୟକ୍ତି। ସେ ଏଥିପାଇଁ ମନେ ରହିବେ ବୋଲି କହିଛନ୍ତି ନବୀନ। ସେହିପରି ପାଣ୍ଡିଆନ୍ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ଓଡ଼ିଶାବାସୀ ନିଷ୍ପତ୍ତି ନେବେ। ଅନ୍ୟପଟେ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖି ନବୀନ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଛି। ଏଥିପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେତେକ ବିଜେଡି ନେତା ଓ କର୍ମୀ ପାଣ୍ଡିଆନ୍‌ଙ୍କୁ ଦାୟୀ କରୁଛନ୍ତି। ପାଣ୍ଡିଆନ୍‌ଙ୍କ ଭୁଲ ରଣନୀତି ଯୋଗୁ ବିଜେଡିର ପରାଜୟ ହେଲା ବୋଲି ଖୋଲମ୍‌ଖୋଲା କହୁଛନ୍ତି। ଏପରି ଅଭିଯୋଗକୁ ଖଣ୍ଡନ କରିବାକୁ ଗଣମାଧ୍ୟମ ସେମ୍ନାକୁ ଆସିଥିଲେ ପାଣ୍ଡିଆନ୍‌ଙ୍କ ସମର୍ଥକ ଗୋଷ୍ଠୀ। ହେଲେ ବିଭିନ୍ନ ସାମଜିକ ଗଣମାଧ୍ୟମରେ ଝଡ଼ ଥମିବାରେ ନାଁ ଧରିଲା ନାହିଁ। ଶେଷରେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସିଲେ ଓ ପାଣ୍ଡିଆନଙ୍କ ସମର୍ଥକରେ ବାହାରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନରେ ହାରିବା ପରେ ଯଦି ନବୀନ ଘନ ଘନ ବୈଠକ କରିବା ସହିତ ନିଜ ହାତରେ ମାଇକ୍‌ ଧରି କଥା ହୋଇପାରୁଛନ୍ତି, ତାହାହେଲେ ନିର୍ବାଚନ ପ୍ରଚାର ବେଳେ ମଞ୍ଚରେ ତାଙ୍କ ମାଇକ୍‌ ପାଣ୍ଡିଆନ୍‌ କାହିଁକି ଧରୁଥିଲେ? ତାଙ୍କ ପାଖେ ପାଖେ ଛାଇ ପରି କାହିଁକି ପାଣ୍ଡିଆନ୍‌ ବୁଲୁଥିଲେ? ଏହାର ଉତ୍ତର ନବୀନ ଯେଉଁଦିନ ଦେବେ, ସେହି ଦିନ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ମତପ୍ରକାଶ ପାଉଛି।

Advertisment
BjD Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe