Advertisment

ରାସନକାର୍ଡଧାରୀଙ୍କୁ ବିଜେଡି ବାଣ୍ଟୁଛି ଶଙ୍ଖ ଚିହ୍ନ ଥିବା ବ୍ୟାଗ

ଖଡ଼ିଆଳ ବ୍ଲକ୍‌ ଖୁଦପେଜ ପଞ୍ଚାୟତରେ ଆଜି ବଣ୍ଟା ଯାଇଛି ବିଜେଡି ବ୍ୟାଗ୍। ଝୋଟ ବ୍ୟାଗରେ ଶଙ୍ଖ ଚିହ୍ନ ଥିବା ବେଳେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଲେଖାଯାଇଛି। ଏହାଛଡ଼ା ଓଡ଼ିଶା ସରକାରଙ୍କ ଲୋଗୋ ସହ 5-T ଲେଖାଯାଇଛି। ରାସନ୍‌ କାର୍ଡ ଧାରୀଙ୍କୁ ଏହି ବ୍ୟାଗ ବାଣ୍ଟୁଛନ୍ତି ଡିଲର।

Nuapada

Nuapada

Advertisment

ବିଜେଡିର ନୂଆ ଚାଲ୍‌! ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ବାଣ୍ଟୁଛି ଶଙ୍ଖ ଚିହ୍ନ ଥିବା ଝୋଟ୍‌ ବ୍ୟାଗ୍‌। ରାସନ ସାମଗ୍ରୀ ଯୋଗାଉଥିବା ଡିଲର ଏହି ବ୍ୟାଗ ବାଣ୍ଟୁଛନ୍ତି। ଏପରି ଖବର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକଅଞ୍ଚଳରୁ ଆସିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେଡି ବ୍ୟାଗ ବାଣ୍ଟୁଥିବା ଦେଖିବାକୁ ମିଳିଛି।

Advertisment

ଖଡ଼ିଆଳ ବ୍ଲକ୍‌ ଖୁଦପେଜ ପଞ୍ଚାୟତରେ ଆଜି ବଣ୍ଟା ଯାଇଛି ବିଜେଡି ବ୍ୟାଗ୍। ଝୋଟ ବ୍ୟାଗରେ ଶଙ୍ଖ ଚିହ୍ନ ଥିବା ବେଳେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଲେଖାଯାଇଛି। ଏହାଛଡ଼ା ଓଡ଼ିଶା ସରକାରଙ୍କ ଲୋଗୋ ସହ 5-T ଲେଖାଯାଇଛି। ରାସନ୍‌ କାର୍ଡ ଧାରୀଙ୍କୁ ଏହି ବ୍ୟାଗ ବାଣ୍ଟୁଛନ୍ତି ଡିଲର। ସିଏ କେନ୍ଦ୍ର ରାସନ୍‌କାର୍ଡ ଧାରୀ ହୁଅନ୍ତୁ ବା ରାଜ୍ୟ ରାସନ୍‌କାର୍ଡଧାରୀ। ସମସ୍ତଙ୍କୁ ଏହି ବିଜେଡି ବ୍ୟାଗ ମିଳୁଛି। ରାସନ୍‌ ସାମଗ୍ରୀ ନେବା ପାଇଁ ଆସିଲା ବେଳେ ଶଙ୍ଖ ଚିହ୍ନ ଥିବା ବିଜେଡି ବ୍ୟାଗ ଧରି ଆସିବାକୁ ମହିଳାମାନଙ୍କୁ କୁହାଯାଇଛି।

ଖୁଦପେଜ ଜନନୀ ମାଝୀ କହିଛନ୍ତି, ନବୀନ ପଟ୍ଟନାୟକ ଆମକୁ ବ୍ୟାଗ ଦେଇଛି। ଆଗକୁ ନିର୍ବାଚନ ଥିବାରୁ ଭୋଟ୍‌ ନେବା ପାଇଁ ଆମକୁ ବ୍ୟାଗ ଦେଉଛି। କେନ୍ଦ୍ର ସରକାର ମାଆମାନଙ୍କୁ ସବୁ ଦେଉଥିବା ବେଳେ ପଟ୍ଟନାୟକ ବାବୁ ଦେଖାଇ ହେବା ପାଇଁ ବ୍ୟାଗ ବାଣ୍ଟୁଛି। ଆଗାମୀ ନିର୍ବାଚନରେ ଆମେ କେନ୍ଦ୍ର ସରକାରଙ୍କୁ ଭୋଟ୍‌ ଦେବୁ। ନବୀନ ସରକାରଙ୍କୁ କାହିଁକି ଭୋଟ୍‌ ଦେବୁ ବୋଲି ପ୍ରଶ୍ନ କରିଛନ୍ତି ଜନନୀ ମାଝି କହିଛନ୍ତି।

Advertisment

ରିପୋର୍ଟ- ଖଡ଼ିଆରୁ କୁନାଲ ଚରଣ ବେହେରା

BjD Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe