Advertisment

ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ, କଂଗ୍ରେସରେ ମିଶିଲେ

ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି ଦେବାଶିଷ ନାୟକ।

ଅଦ୍ୟତନ ହୋଇଛି
Debashsish Nayak

Debashsish Nayak

Advertisment

ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ। ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।  

Advertisment

ଫେବ୍ରୁଆରୀ ୨୫ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ। ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ସେ ସାମିଲ ହୋଇଛନ୍ତି। ବରୀରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ। କିନ୍ତୁ ବିଜେପି ତାଙ୍କୁ ବରୀରୁ ଟିକେଟ ନଦେବାରୁ ସେ ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି। ତେବେ ଟିକେଟ ନମଳିବାରୁ ବିଜେପି ଛାଡ଼ିଥିବା କଥାକୁ ସେ ଖଣ୍ଡନ କରିଛନ୍ତି।  

କଂଗ୍ରେସରେ ଯୋଗ ଦେବା ପରେ ଦେବାଶିଷ କହିଛନ୍ତି, ଟିକେ ନିଷ୍ପତ୍ତି ଭୁଲ ହୋଇଯାଇଥିଲା। ସେପଟକୁ (ବିଜେପିକୁ) ଚାଲି ଯାଇଥିଲି। ଏବେ ନିଷ୍ପତ୍ତି ନେଲି ଏକ ଗଣତାନ୍ତ୍ରିକ ଦଳରେ ଯୋଗ ଦେବି, ଯେଉଁଠି ସ୍ୱାଧୀନତା ଥିବ। ତେଣୁ କଂଗ୍ରେସରେ ଯୋଗ ଦେଲି। 

Advertisment

କଂଗ୍ରେସରେ ଯୋଗ ଦେବା ପରେ ସେ ବିଜେପି ଓ ଏହା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେବାଶିଷ କହିଛନ୍ତି, ଏ‍ବେ ଦେଶର ଅବସ୍ଥା ଜରୁରୀକଳୀନ ସ୍ଥିତିରୁ ବଳିଗଲାଣି। ୟାକୁ ମାର ତାକୁ ମାର, ତା’ ଘରେ ପୁଲିସ ପୁରାଅ, କାହା ପଛରେ ଇଡିକୁ ଲଗାଅ, କାହା ପଛରେ ସିବିଆଇକୁ ଲଗାଅ- ଏସବୁ ତ ଚାଲିଛି। ପୂରା ରାଜନୀତିକ ବ୍ୟବସ୍ଥା ନଷ୍ଟ ହୋଇଗଲାଣି। ବିଜେଡି ଓ ବିଜେପି ପୂରା ସମାନ। ସେମାନେ ଗୋଟିଏ ବ୍ୟବସ୍ଥା ମଧ୍ୟରେ କାମ କରୁଛନ୍ତି। ସେଠି (ବିଜେପି) କ’ଣ ସବୁ ଘଟୁଛି, ତାହା ବି ଦେଖିଲି। ସେମାନେ (ବିଜେଡି ଓ ବିଜେପି) ମିଶିକି ଅଛନ୍ତି ବୋଲି ମେଣ୍ଟ କଥା ଉଠିଥିଲା। କିନ୍ତୁ କୌଣସି କାରଣରୁ ତାହା ହୋଇପାରିଲା ନାହିଁ। ସେଠାରେ (ବିଜେପିରେ) ମୁଁ ଭଲ ଅନୁଭବ କଲି ନାହିଁ। ତେଣୁ ଛାଡ଼ି ଦେଲି। ଟିକେଟ ମିଳିଲାନି ବୋଲି ମୁଁ ବିଜେପି ଛାଡ଼ି ଦେଲି ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ। ଚାହିଁଥିଲେ ମୁଁ କ’ଣ ସ୍ୱାଧୀନ ଭାବେ ବରୀରୁ ଛିଡ଼ା ହୋଇ ପାରି ନଥା’ନ୍ତି। ମୁଁ ଏକ ସଂସ୍କାର ପାଇଁ ବିଜେପିକୁ ଯାଇଥିଲି। ସେହି ଦଳରେ ଯୋଗ ଦେଲା ପରେ ଜାଣିଲି, ସେଠାରେ ଆହୁରି ଅରାଜକତା ଚାଲିଛି। ତେଣୁ ଛାଡ଼ି ଦେଲି।        

ଦେବାଶିଷ ‍ବରୀରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪,୨୦୦୯ ଓ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ଏଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବାର କୌଣସି ସମ୍ଭାବନା ନଥିବା ଦେଖି ସେ ବିଜେପିରେ ମିଶିଥିଲେ। କିନ୍ତୁ ବିଜେପି ମଧ୍ୟ ତାଙ୍କୁ ଟିକେଟ ଦେଇ ନଥିଲା। ଏହା ପରେ ଦେବାଶିଷ ସ୍ୱାଧୀନ ଭାବେ ବରୀରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଥିଲା। ତେବେ ଆଜି ସେ କଂଗ୍ରେସରେ ଯୋଗ ଦେଇଛନ୍ତି। 

Bjp Congress DEBASIS NAYAK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe