Advertisment

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ, ଶୁଭାଶିଷ ଓ ଅଶ୍ୱିନୀ

ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡି ତରଫରୁ ନାମାଙ୍କନପତ୍ର ଦାଖଲ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Debashish and Aswini

Debashish and Aswini

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ। ଆଜି ରିଟର୍ଣ୍ଣିଂ ଅଫିସର ଏହି ଘୋଷଣା କରିଛନ୍ତି।  

Advertisment

ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡି ତରଫରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ଅଶ୍ୱିନୀ ବୈଷ୍ଣବ ବିଜେପି ତରଫରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ଜଣାଇଥିଲା। ଏହାକୁ ନେଇ କଂଗ୍ରେସ ଉଭୟ ଦଳଙ୍କୁ ତୀବ୍ର ସମାଲୋଚନା କରିଥିଲା। 2019ରେ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି।  

ଓଡ଼ିଶାରୁ 3ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବା ବେଳେ କେବଳ ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେଣୁ ରିଟର୍ଣ୍ଣିଂ ଅଫିସର ସେମାନଙ୍କୁ ବିଜୟୀ ଘୋଷଣା କରିଛନ୍ତି।

Advertisment

2009 ଓ 2014ରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ବାରବାଟୀ-କଟକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 2019ରେ ସେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କଠାରୁ ହାରି ଯାଇଥିଲେ। ଶୁଭାଶିଷ ଖୁଣ୍ଟିଆ ଯୁବ ବିଜେଡି ରାଜ୍ୟ ଉପସଭାପତି ଅଛନ୍ତି। ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ 2019ରେ ବିଜେପି ଟିକେଟ୍‌ରେ ରାଜ୍ୟସଭାକୁ ଯାଇଥିଲେ। ସେତେବେଳେ ମଧ୍ୟ ତାଙ୍କୁ ବିଜେଡିର ସମର୍ଥନ ଜଣାଇଥିଲା। 2021ରେ ସେ ରେଳ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହୋଇଥିଲେ। 

Bjp BjD Rajya Sabha Election Debasish Samantaray Ashwini Vaishnaw