Advertisment

BJD ଛାଡ଼ିବାର କିଛି ସମୟ ପରେ BJPରେ ମିଶିଲେ ଦେବାଶିଷ

ଦେବାଶିଷ ନାୟକ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି। 

Advertisment

ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ। କହିଲେ, ତାମିଲ୍ ଶାସନରେ ବିଜେଡି ଚାଲିଛି। ଦଳରେ ଗୋଟିଏ କୋଟେରି କାମ କରୁଛି। ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ। ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ଆମଦାନୀ କରୁଛି ବିଜେଡି। ଓଡ଼ିଶାରେ ଜୟଲଳିତା ସିଣ୍ଡ୍ରୋମ କାମ କରୁଛି ବୋଲି ଦେବାଶିଷ କହିଛନ୍ତି

ସେ କହିଛନ୍ତି, ବିଜେଡି ଆରମ୍ଭ ବେଳେ ମୁଁ ନବୀନବାବୁଙ୍କ ସାଙ୍ଗରେ ଥିଲି। ସେତେବେଳେ ସେ ଭିନ୍ନ ମଣିଷ ଥିଲେ। ବହୁତ ଭଲ କାର୍ଯ୍ୟକ୍ରମ କରାଯାଉଥିଲା। ହେଲେ ବର୍ତ୍ତମାନ ନବୀନବାବୁ ବଦଳି ଯାଇଛନ୍ତି। ସେ ଯେଉଁ ନୀତି ଆଦର୍ଶନରେ ଥିଲେ, ଏବେ ଆଉ ନାହାନ୍ତି। କିଛି ଲୋକେ କହୁଥିଲେ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ଦିଆଯାଉ, ଭଲ କଥା। ହେଲେ ଏଥିପାଇଁ କିଏ ମନା କଲା? ଯେତେବେଳେ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ଦେବା ପାଇଁ ଘୋଷଣା କରାଯାଇଥିଲା, ସେତେବେଳେ ନବୀନବାବୁଙ୍କୁ ବୁଝାଇ ଦିଆଗଲା ଆମର ସେ ସମ୍ମାନ ଦରକାର ନାହିଁ। ଯଦି ମୋଦିଜୀ ଚାହୁଁଥିଲେ ବିଜୁ ପରିବାରକୁ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ, ତାହାହେଲେ ଗ୍ରହଣ କଲେନାହିଁ କାହିଁକି? ଆଉ ଏବେ ବିଜୁବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଯାଉ ନାହିଁ ବୋଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏବେ ତୁମେ କେଉଁ ମୁହଁରେ କୁମ୍ଭୀର କାନ୍ଦଣା କାନ୍ଦୁଛ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି।

Advertisment

ଶ୍ରୀ ନାୟକ ଆହୁରି କହିଛନ୍ତି, ସାମ୍ୱାଦିକଙ୍କୁ ସେକ୍ରେଟିଏଟ ଓ ବିଧାନସଭା ଭିତରେ ପଶାଇ ଦିଆଯାଉ ନାହିଁ। କ’ଣ ପାଇଁ ସାମ୍ୱାଦିକଙ୍କୁ ପଶାଇ ଦିଆଯାଉନି? ଏ ସମ୍ପତ୍ତି କାହାର? ଏ ସମ୍ପତ୍ତି ମୋର ନୁହେଁ। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନୁହେଁ। ଏପରିକି କୁଚକ୍ରୀ ଗୋଷ୍ଠୀଙ୍କର ଏ ସମ୍ପତ୍ତି ନୁହେଁ। ଏ ସମ୍ପତ୍ତି ହେଉଛି ଓଡ଼ିଶା ସରକାରଙ୍କର। ମୁଁ ଆଜି ସଜାଗ କରାଇଦେବାକୁ ଚାହୁଁଛି, ଆଜି ଆଉ ସେ ସମୟ ନାହିଁ। ଲୋକେ ବୁଝିଲେଣି। ଲୋକମାନେ ଆପଣଙ୍କୁ କାଢ଼ି ଫିଙ୍ଗି ଦେବା ପାଇଁ ମନସ୍ତ କରି ସାରିଲେଣି। କାରଣ ନବୀନ ପଟ୍ଟନାୟକଙ୍କ ପାଖରେ ଆଉ ଶାସନ କ୍ଷମତା ନାହିଁ। ଏବେ ସେହି କୁଚକ୍ରୀ ଗୋଷ୍ଠୀଙ୍କ ହାତରେ ରହିଛି ଶାସନ କ୍ଷମତା। ଲୋକମାନେ ଏବେ ସତର୍କ ହୋଇଗଲେଣି। ସେହି କୁଚକ୍ରୀ ଗୋଷ୍ଠୀକୁ ସମର୍ଥନ ଦେବେନାହିଁ ବୋଲି କହିଲେଣି। ଆମେ ସମସ୍ତେ ରାତି ଦିନ ଏକ କରି କାମ କରିବା। ଆଉ ବିଜେଡିକୁ ହଟାଇବା ପାଇଁ ଶପଥ ନେବା। ଆମେ ଆଉ କାହା ଦାଶତ୍ୱ ନେଇପାରିବୁ ନାହିଁ। ଗୋଟିଏ କିଏ ତାମିଲନାଡୁ ଆସିଛି। ଆମେ କଣ ତା’ ଫଟୋ ପ୍ରଚାର କରିବା ପାଇଁ ପଇସା ଖର୍ଚ୍ଚ କରିବା ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି।

Bhubaneswar Bjp Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe