Advertisment

ସଂସଦରେ ସମ୍ବିଧାନ ଉପରେ ହେବ ବିତର୍କ

ସର୍ବଦଳୀୟ ବୈଠକରେ ହେଲା ନିଷ୍ପତ୍ତି। ଦୁଇ ଦିନ ଲୋକସଭାରେ ଓ ଦୁଇ ଦିନ ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ।

author-image
Debadatta Aryashrestha
Parliament (Lok Sbha- File Photo)

Parliament (Lok Sbha- File Photo)

ସଂସଦକୁ ଆସିବ ସମ୍ବିଧାନ ପ୍ରସଙ୍ଗ। ସମ୍ବିଧାନ ଉପରେ ବିତର୍କ ପାଇଁ ଲୋକସଭା ଓ ରାଜ୍ୟସଭାର ସମସ୍ତ ବିରୋଧୀ ଓ ଶାସକ ଦଳର ସାଂସଦମାନେ ଏକମତ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଚାରିଦିନ ଧରି ସଂସଦର ଉଭୟ ଗୃହରେ ସମ୍ବିଧାନ ଉପରେ ବିତର୍କ ହେବ।

Advertisment

ନଭେମ୍ବର ୨୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ସମ୍ବିଧାନକୁ ନେଇ ବିତର୍କ ଦାବିରେ ବାରମ୍ବାର ହଟ୍ଟଗୋଳ ଓ ଗୃହ ମୁଲତବୀ ହୋଇଥିଲା। ଯାହାକୁ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ଓମ୍ ବିର୍ଲା। ଏହି ବୈଠକରେ ସମ୍ବିଧାନ ଉପରେ ବିତର୍କ ପାଇଁ ସବୁ ଦଳର ସଦସ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

ସର୍ବଦଳୀୟ ବୈଠକ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଡିସେମ୍ବର ୧୩ରୁ ୧୭ ପର୍ଯ୍ୟନ୍ତ ଚାରିଦିନ ଧରି ସଂସଦର ଉଭୟ ଗୃହରେ ସମ୍ବିଧାନ ଉପରେ ବିତର୍କ ହେବ ବୋଲି ସେ କହିଛନ୍ତି। ପ୍ରଥମେ ଡିସେମ୍ବର ୧୩ ଓ ୧୪ ଦୁଇଦିନ ଲୋକସଭାରେ ଏବଂ ୧୬ ଓ ୧୭ ଡିସେମ୍ବରରେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ କହିଛନ୍ତି, 'ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଆମେ ଅନୁରୋଧ କରୁଛୁ, ଆସନ୍ତାକାଲିଠାରୁ ସଂସଦ କାର୍ଯ୍ୟ ସୁରୁଖୁରୁରେ କିପରି ଚାଲିବ, ସେନେଇ ସମସ୍ତେ ଦାୟିତ୍ଵବାନ ହେବେ।'

Advertisment
Bjp Congress Parliament All Party Meeting Constitution Parliament Winter Session Debate On Constitution