ପାଣ୍ଡିଆନ-ବବିଙ୍କ ତୁଷ୍ଟୀକରଣରେ ମାତିଛନ୍ତି ଦେବୀ: ସମନ୍ୱୟ କମିଟି ବୈଠକ ଡାକୁନାହାନ୍ତି, ନେତାଙ୍କୁ ଉସକାଉଛନ୍ତି

ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୫ମାସ ବିତିଯିବା ପରେ ମଧ୍ୟ ବିପର୍ଯ୍ୟୟର ସମୀକ୍ଷା ପାଇଁ କମିଟି ଗଢ଼ିବାରେ ବିଫଳ ହୋଇଥିବା ବିଜେଡି ଏବେ ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ମଧ୍ୟ ଦେଇ ଗତି କରୁଛି । 

Debi Mishra

ଦେବୀ ପ୍ରସାଦ ମିଶ୍ର

Ordigital Desk
  • Published: Saturday, 05 October 2024
  • Updated: 05 October 2024, 09:14 PM IST

Sports

Latest News

ବିଜେଡିର ୨୪ବର୍ଷର ନିରଙ୍କୁଶ ଶାସନର ପତନ ହେଲା ତଥାପି ଦଳ ଚେତିବାର ନାଁ ଧରୁନି । ଦଳର ବିପର୍ଯ୍ୟୟ ପରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶ ଓ ଅସନ୍ତୋଷକୁ ଏଡ଼ାଇବା ତଥା ସାଂଗଠନିକ କାର୍ଯ୍ୟ ବୁଝିବା ପାଇଁ  ବିଜେଡି ଗତ ଅଗଷ୍ଟ ୫ରେ ଯେଉଁ ସମନ୍ୱୟ କମିଟି ଗଢ଼ିଥିଲା ତାହା ଏବେ ସମ୍ପୂର୍ଣ୍ଣ ପଙ୍ଗୁ ପାଲଟିଯାଇଛି । ନିଜର ରାଜନୀତିକ ଅସ୍ତିିତ୍ୱ ବଂଚାଇବା ଓ ତୁଷ୍ଟୀକରଣ ନୀତି ଯୋଗୁ ବରିଷ୍ଠ ନେତା ଦେବୀ ମିଶ୍ର ଏହି କମିଟିକୁ ଉଦ୍ଦେଶ୍ୟମୂଳକ ଭାବେ ପଙ୍ଗୁ କରିଦେଇଥିବା ଚର୍ଚ୍ଚା ହେଉଛି । ବିଗତ ୨ମାସ ମଧ୍ୟରେ ଏହି କମିଟିର ବୈଠକ ମାତ୍ର ଥରେ(ଅଗଷ୍ଟ ୮ରେ) ବସିବା ସମ୍ଭବପର ହୋଇଛି । କେବଳ ସେତିକି ନୁହେଁ ଦଳର ଜିଲ୍ଲାସ୍ତରର ନେତାମାନଙ୍କୁ ଶଙ୍ଖଭବନକୁ ଡାକି ଯେଉଁ ସମୀକ୍ଷା ବୈଠକ କରାଯାଉଛି ସେଥିରେ କର୍ମୀ-ନେତାମାନେ ଯଦି ମୁହାଁମୁହିଁ ହେଉଛନ୍ତି ସେଠାରେ ଉପସ୍ଥିତ ଥିବା ଦେବୀ ସେମାନଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ‘ଇଚ୍ଛା ହେଲେ ଦଳରେ ରୁହ ନଚେତ୍ ଛାଡ଼ି ପଳାଅ’ ବୋଲି କହି ଅଧିକ ଉସକାଉଥିବା ଜଣାପଡ଼ିଛି । ନିର୍ବାଚନ ବିପର୍ଯ୍ୟୟ ପାଇଁ ଦଳର ବ୍ଲକଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାମାନେ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଦାୟୀ କରୁଥିବାବେଳେ ଦେବୀ କିନ୍ତୁ ଏହି ଦୁଇଜଣଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୫ମାସ ବିତିଯିବା ପରେ ମଧ୍ୟ ବିପର୍ଯ୍ୟୟର ସମୀକ୍ଷା ପାଇଁ କମିଟି ଗଢ଼ିବାରେ ବିଫଳ ହୋଇଥିବା ବିଜେଡି ଏବେ ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ମଧ୍ୟ ଦେଇ ଗତି କରୁଛି ।  ଦଳକୁ ସଜାଡ଼ିବା ପାଇଁ ପ୍ରୟାସ ହେବା ପରିବର୍ତ୍ତେ ଦଳ ଏବେ ବିଭାଜନ ଆଡ଼କୁ ମୁହାଁଇବାରେ ଲାଗିଛି । ବିଶେଷକରି ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ନେଇ ଗଠିତ ୧୫ଜଣିଆ ସମନ୍ୱୟ କମିଟିକୁ ଜାଣିଶୁଣି ପଙ୍ଗୁ କରିଦିଆଯାଇଥିବାରୁ ଦଳର ନେତାମାନେ ନିଜର ମତ ରଖିବା ଓ ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବାରେ ବିଫଳ ହେଉଛନ୍ତି । ଏପରିକି ସଦସ୍ୟ ଥିବା ନେତାମାନେ ସମନ୍ୱୟ କମିଟି ବୈଠକ ଡାକିବାକୁ ବାରମ୍ବାର ଅନୁରୋଧ କରଉଥିଲେ ମଧ୍ୟ ଦେବୀ କାହିଁକି ଏହି ‘ସମନ୍ୱୟ କମିଟି’ର ବୈଠକ ଡାକୁନାହାନ୍ତି ଓ ସାଂଗଠନିକ ପ୍ରସଙ୍ଗରେ ଅନ୍ୟ ସଦସ୍ୟମାନଙ୍କ ସହ ବିଚାରବିମର୍ଶ କରୁନାହାନ୍ତି ତାକୁ ନେଇ ଏବେ ଦଳୀୟ ମହଲରେ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ।

ଚର୍ଚ୍ଚା ହେଉଛି, ଦେବୀ ମିଶ୍ର ଏବେ ଅସ୍ଥାୟୀ ମୁଖିଆ ହୋଇ ବିଜେଡିକୁ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ପ୍ରଣବପ୍ରକାଶ ଦାସ(ବବି)ଙ୍କ ହାତରେ ପୁଣିଥରେ ଟେକି ଦେବାକୁ ମସୁଧା କରୁଛନ୍ତି । ଦେବୀ ନିଜେ ପ୍ରାୟ ୨୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ରାଜନୀତିକ ଅସ୍ତିତ୍ୱ ସଙ୍କଟ ମଧ୍ୟ ଦେଇ ଗତିକରୁଛନ୍ତି । ଆଉ ଦଳରେ ମିଳିଥିବା ଦାୟିତ୍ୱକୁ ତୁଲାଇବା ପାଇଁ ସେ ପାଣ୍ଡିଆନ-ବବିଙ୍କ ତୁଷ୍ଟୀକରଣରେ ଲିପ୍ତ ରହିବାକୁ ଏକରକମ ବାଧ୍ୟ ହେଉଥିବା ଜଣାପଡ଼ିଛି । ତେବେ ଦଳର ଅଧିକାଂଶ ବରିଷ୍ଠ ନେତା ପୁଣିଥରେ ପାଣ୍ଡିଆନ-ବବିଙ୍କ ହାକିମାତିକୁ ହଜମ କରିବା ମୁଡରେ ନଥିବାରୁ ଦେବୀ ଜାଣିଶୁଣି ଏହି ସମନ୍ୱୟ କମିଟି ବୈଠକ ଡାକୁନଥିବା ଚର୍ଚ୍ଚା ହେଉଛି ।

Also Read

କେବଳ ସେତିକି ନୁହେଁ, ଶଙ୍ଖଭବନରେ ଜିଲ୍ଲାସ୍ତରର ଯେଉଁସବୁ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ସେଥିରେ ଦେବୀ ଅଧ୍ୟକ୍ଷତା କରୁଛନ୍ତି । ଦଳୀୟ ସାଂଗଠନିକ ସ୍ଥିତି ଓ ନିର୍ବାଚନ ପରାଜୟ ଆଦି କାରଣ ପାଇଁ ଏହି ସମୀକ୍ଷା ବୈଠକରେ ଦଳର ନେତାମାନେ ପରସ୍ପରକୁ ଦୋଷାରୋପ କରିବା ସହ ଉଚ୍ଚବାଚ ମଧ୍ୟ ହେଉଛନ୍ତି । ଯାହାକୁ ସେଠାରେ ଉପସ୍ଥିତ ବରିଷ୍ଠ ନେତା ଦେବୀ ମିଶ୍ର ସମାଧାନ ପାଇଁ ପ୍ରୟାସ କରିବା ପରିବର୍ତ୍ତେ ସେମାନଙ୍କୁ ଦଳ ଛାଡ଼ି ପଳାଇବାକୁ ଉସକାଉଛନ୍ତି । ‘ଚୁପଚାପ ବସ ନଚେତ୍ ଇସ୍ତଫା ଦେଇ ଦଳ ଛାଡ଼ି ପଳାଅ’ ବୋଲି ପୁରୁଣା ନେତା-କର୍ମୀମାନଙ୍କୁ କହିବାକୁ ଦେବୀ ପଛାଉନାହାନ୍ତି । ଯାହାକି ନେତା-କର୍ମୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଓ ଆକ୍ରୋଶକୁ ଅଧିକ ବଢ଼ାଇବାରେ ଲାଗିଛି । ଜିଲ୍ଲାଗୁଡ଼ିକର ସମୀକ୍ଷା ବୈଠକରେ ଦେବୀ ଏଭଳି ବଡ଼ ପାଟିରେ କହିଥିବାର ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ଜଣିଆ ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ସେପ୍ଟେମ୍ବର ୨୭ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀଙ୍କ ନେତୃତ୍ୱାଧୀନ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱାଧୀନ କାର୍ଯ୍ୟକ୍ରମ କାର୍ଯ୍ୟକାରିତା କମିଟି ଗଢ଼ାଯାଇଛି ତାହା ବି କୋମାକୁ ଯିବାରେ ଲାଗିଛି । ଏସମସ୍ତ କମିଟିକୁ ସକ୍ରିୟ କରିବା ଦିଗରେ ଦେବୀ ଆନ୍ତରିକତା ଦେଖାଉନଥିବା ତଥା ନିଜର ତୁଷ୍ଟୀକରଣ ଆଭିମୁଖ୍ୟ ପାଇଁ ଦଳୀୟ ନେତାମାନଙ୍କ ମଧ୍ୟରେ ବି ତାଙ୍କର ଗ୍ରହଣୀୟତା କମିବାରେ ଲାଗିଥିବା ଜଣାପଡ଼ିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତା ଓ ପାଣ୍ଡିଆନ ପ୍ରୀତି ଯୋଗୁ ଦଳ ତୃଣମୂଳସ୍ତରରେ ଦ୍ରୁତଗତିରେ ଭୁଶୁଡ଼ିବାରେ ଲାଗିଥିବାବେଳେ ଦେବୀ ମିଶ୍ରଙ୍କ ଏଭଳି ତୁଷ୍ଟୀକରଣ ନୀତି ଦଳକୁ ତଳିତଳାନ୍ତ କରୁଥିବା ଚର୍ଚ୍ଚା ହେଉଛି । ନବୀନଙ୍କ ଅପାରଗତା ଆଉ ଦେବୀଙ୍କୁ ମୋହରା କରି ପାଣ୍ଡିଆନ-ବବି ଯୋଡ଼ି ଏବେ ପୁଣିଥରେ ଦଳ ଉପରେ ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛନ୍ତି । ଆଉ ବିଜେଡି ନିଜର ପୁରୁଣା ଫର୍ମାଟକୁ ଫେରୁଥିବାରୁ ଦଳରେ କନ୍ଦଳ ଦିନକୁ ଦିନ ଅଧିକ ଉଗ୍ର ହେବାରେ ଲାଗିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story