Advertisment

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' କହି ସମ୍ବୋଧନ କଲେ ଦେବୀ ମିଶ୍ର

ପୂର୍ବରୁ ମଧ୍ୟ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ ବିଜେଡି ସାଂସଦ ପ୍ରମିଳା ବିଶୋୟୀ।

ଅଦ୍ୟତନ ହୋଇଛି
Debiprasad mishra and pandian

Debiprasad mishra and pandian

Advertisment

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' କହି ସମ୍ବୋଧନ କଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର। 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଶ୍ରୀ ମିଶ୍ର ଏମିତି କହିଥିଲେ। 

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ଗତକାଲି କଟକ ଜିଲ୍ଲାର ବଡମ୍ବା ବ୍ଲକର କଚେରୀ ପଡ଼ିଆର 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ସମେତ ଅନେକ ବିଜେଡି ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ। 

ତେବେ ରୋଚକ କଥା ହେଉଛି ଏହି କାର୍ଯ୍ୟକ୍ରମରେ ଦେବୀ ମିଶ୍ର ଭାଷଣ ଦେବା ବେଳେ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ '' ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ'' କହି ଅଭିଭାଷଣ ରଖିଥିଲେ । ଦୁଇ ଦୁଇ ଥର ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ ଶ୍ରୀ ମିଶ୍ର। 

Advertisment

ବିଜେଡିର ଜଣେ ବରିଷ୍ଠ ବିଧାୟକ ହୋଇ କେଉଁ ପରିସ୍ଥିତିରେ 5T ସଚିବଙ୍କୁ ‘ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ' କହି ସେ ସମ୍ବୋଧନ କରିଥିଲେ, ସେନେଇ ତାଙ୍କ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଚାରି ଆଡ଼େ ଚର୍ଚ୍ଚା ଜୋର ଧରିଛି। ବୃଦ୍ଧୀଜୀବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ ବିଜେଡି ସାଂସଦ ପ୍ରମିଳା ବିଶୋୟୀ। ଥରେ ନୁହେଁ, ଦୁଇ ଦୁଇ ଥର ପାଣ୍ଡିଆନଙ୍କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ଏକ ସଭାରେ ସେ ନିଜର ଅଭିଭାଷଣ ରଖିଥିଲେ।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe