ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି: ‘ବିଜେଡିମୁକ୍ତ ଓଡ଼ିଶା’ ଗଠନର ସଂକଳ୍ପ, କୋଟିଏ ପରିବାର ସହ ଯୋଡ଼ିହେବ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟର ପ୍ରାୟ ଏକ କୋଟି ପରିବାର ପାଖରେ ପହଂଚିବାକୁ ରଣନୀତି ପ୍ରସ୍ତୁତ କରିଛି ।

BJP Meeting PhotoOR

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠ

Ordigital Desk
  • Published: Saturday, 20 May 2023
  • Updated: 20 May 2023, 10:14 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟର ପ୍ରାୟ ଏକ କୋଟି ପରିବାର ପାଖରେ ପହଂଚିବାକୁ ରଣନୀତି ପ୍ରସ୍ତୁତ କରିଛି । ‘ବିଜେଡିମୁକ୍ତ ଓଡ଼ିଶା’ ଗଠନର ସଂକଳ୍ପ ନେଇ ଦଳ ଆସନ୍ତା ୪ମାସ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ଆଜି ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏହାସହିତ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ୯ବର୍ଷ ପୂର୍ତ୍ତି ସଫଳତାର ବାର୍ତ୍ତା ରାଜ୍ୟବାସୀଙ୍କ ନିକଟରେ ପହଂଚାଇବା ପାଇଁ ମେ’ ୨୯ରୁ ଜୁନ୍ ୩୦ପର୍ଯ୍ୟନ୍ତ ଏକମାସ ଧରି ମହାସମ୍ପର୍କ ଅଭିଯାନ ନିମନ୍ତେ ଦଳ ନିଷ୍ପତ୍ତି ନେଇଛି ।

ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ସହ ମେ’ ୨୯ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରକୁ ଘର ଯାଇ ମୋଦି ସରକାରଙ୍କ ୯ବର୍ଷର ସଫଳତାର ବାର୍ତ୍ତା ଦଳୀୟ କର୍ମୀମାନେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି ।

Also Read

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ଓଡି଼ଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ରାଜ୍ୟରେ ତୃଣମୂଳସ୍ତରକୁ ପଂହଚି ପାରୁନାହିଁ । ଏହି କାରଣରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳରୁ ଓଡ଼ିଶାବାସୀ ବଂଚିତ ହେଉଛନ୍ତି । ଗତ ୨୩ବର୍ଷ ଧରି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି,ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି । ଆଜିର ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର ଟୁଡ଼ୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତ ପ୍ରମୁଖ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଆସନ୍ତା ୪ମାସର ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି । ରାଜ୍ୟ ବିଜେପି ସୂତ୍ର ଅନୁସାରେ ଦଳ ବୁଥସ୍ତରରୁ ସଂସଦୀୟ କ୍ଷେତ୍ର ସ୍ତର ପର୍ଯ୍ୟନ୍ତ ନିଜର ସଂଗଠନକୁ ସଜାଡ଼ିବାକୁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛି । ବୁଥ କମିଟି, ଶକ୍ତି କେନ୍ଦ୍ର, ମଣ୍ଡଳ କମିଟି, ବିଧାନସଭା ଓ ଲୋକସଭା କ୍ଷେତ୍ର ପାଇଁ ମଧ୍ୟ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇ କର୍ମକର୍ତ୍ତାଙ୍କୁ ସକ୍ରିୟ କରିବା ସହ ସାଧାରଣ ଲୋକଙ୍କ ସଙ୍ଗେ ଯୋଡ଼ି ହେବାକୁ ଗୁରୁତ୍ୱ ଦିଆଯାଇଛି । ବିଧାନସଭା କ୍ଷେତ୍ରରେ କାର୍ଯ୍ୟକ୍ରମବେଳେ ଦଳର ପୁରୁଖା ନେତାମାନଙ୍କ ପାଇଁ ଗାଁ ଲୋକଙ୍କ ଘରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ବିଭିନ୍ନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାର ବ୍ୟାପକ ପ୍ରଚାର, ଦଳର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ବୈଠକ କରି ସାଧାରଣ ଲୋକଙ୍କ ସହ ଯୋଡ଼ିହେବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଦଳ ପକ୍ଷରୁ ବୁଥସ୍ତରରେ କର୍ମକର୍ତ୍ତାମାନେ ଘରକୁ ଘର ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡ଼ିବେ,ପଂଚାୟତସ୍ତରରେ କେନ୍ଦ୍ର ସରକାରଙ୍କ ହିତାଧିକାରୀମାନଙ୍କୁ ନେଇ ବୈଠକ, ପ୍ରତ୍ୟେକ ମଣ୍ଡଳସ୍ତରରେ ଅତିକମରେ ୧ହଜାର ଲୋକଙ୍କୁ ନେଇ ସଭା କରାଯିବ । ବିଶେଷକରି ଏକ କୋଟି ପରିବାର ପାଖରେ ପହଂଚିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି ଓ ଏସବୁ କାର୍ଯ୍ୟକ୍ରମକୁ ବିଭିନ୍ନସ୍ତରରେ ସମୀକ୍ଷା ମଧ୍ୟ କରାଯିବ ।

ଆଜିର କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଆଜିର କାର୍ଯ୍ୟକାରିଣୀରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପାଇଁ ଦଳ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାସହିତ ରାଜ୍ୟରେ ଚାଲିଥିବା ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରୀ ବିଜେଡି ସରକାର ବିରୁଦ୍ଧରେ ଘର ଘର ଯାଇ ଜନଜାଗରଣ ସୃଷ୍ଟି କରାଯିବ । ରାଜ୍ୟରେ ବେରୋଜଗାରୀ, କୁପୋଷଣ, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଫାଇଲ ଚୋରୀ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲାଗୁନହେବା, ୫ଟି ରୂପାନ୍ତରଣ ନାମରେ ଦୁର୍ନୀତି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତା, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଛି ।

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରାଯିବାର ୪ ମାସ ପରେ ବି ହତ୍ୟାକାଣ୍ଡର ସତ୍ୟକୁ ସାମ୍ନାକୁ ଆଣିବାରେ ବିଫଳ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ଦୀର୍ଘ ସମୟ ଧରି ବିଜୁଳି ଚାଲିଯିବା ଘଟଣା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ହେୟଜ୍ଞାନ ମନୋଭାବକୁ ସ୍ପଷ୍ଟ କରିଛି ।  ଶାସକ ବିଜେଡି ଏବେ ମହିଳା ଅତ୍ୟାଚାରର ନେତୃତ୍ୱ ନେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କୁ ମହିଳାଙ୍କ ପ୍ରତି ଅତ୍ୟାଚାର, ଅସଦାଚରଣ, ଅପରାଧ କରିବା ପାଇଁ ଲାଇସେନ୍ସ ଦେଇଛନ୍ତି । ମହିଳା ଅତ୍ୟାଚାରରେ ସମଗ୍ର ଦେଶରେ ୧ନମ୍ବର ସ୍ଥାନରେ ଓଡ଼ିଶା ରହିଛି । ବିଜେଡି ସରକାରର ଆନ୍ତରିକତା ଅଭାବ କାରଣରୁ ମହାନଦୀ ଜଳ ସମସ୍ୟା ସମାଧାନ ହୋଇପାରୁନାହିଁ । ‘ବିଜେଡି ମୁକ୍ତ’ ଓଡ଼ିଶା ଗଠନ କରିବା ବିଜେପି ସଂକଳ୍ପବଦ୍ଧ । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ଆଧାର କରି ବିଜେପି ରାଜ୍ୟର ଘରକୁ ଘର ଯିବ ବୋଲି ଲେଖାଶ୍ରୀ କହିଛନ୍ତି ।

ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି ଯେ, ମୋଦି ସରକାରକଙ୍କ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଘର ଘରକୁ ଯାଇ ବ୍ୟାପକ ଅଭିଯାନ କରାଯାଇ ପଦଯାତ୍ରା ଜରିଆରେ ସଚେତନ କରାଯିବ । ଦୁର୍ନୀତିଗ୍ରସ୍ତ,ଭ୍ରଷ୍ଟାଚାର, ଅପାରଗ ସରକାରକୁ ଧରାଶାୟୀ କରିବା ଓ ବିଜେପିକୁ ଶାସନକୁ ଆଣିବା ନିମନ୍ତେ ବ୍ୟାପକ ଜନଜାଗରଣ କରାଯିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତ୍ତିି ନିଆଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story