Advertisment

ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ଦୀପାଳି ଦାସ

ସମ୍ବଲପୁର ସ୍ଥିତ ମାଆ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଝାରସୁଗୁଡାର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଥିଲେ ଦୀପାଳି।

BJD

BJD

Advertisment

ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ। ଆଜି ସକାଳେ ସେ ସମ୍ବଲପୁର ସ୍ଥିତ ମାଆ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଝାରସୁଗୁଡାର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଥିଲେ। ତା’ପରେ ବାବା ଝଡ଼େଶ୍ୱରଙ୍କ ଆଶୀର୍ବାଦ ନେଇ ଶୋଭାଯାତ୍ରା ବାହାର କରିଥିଲେ ଦୀପାଳି।

Advertisment

ନିଜର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରା ମନମୋହନ ସ୍କୁଲ ପଡ଼ିଆରୁ ବାହାରିଥିଲେ ଦୀପାଳି। ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ଶୋଭାଯାତ୍ରା ଝାରସୁଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ତା’ପରେ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ଦୀପାଳି ବାପା ସ୍ୱର୍ଗତ ନବ ଦାସଙ୍କୁ ମନେ ପକାଇ ଭାବ ବ୍ୟୁହୋଳ ହୋଇଥିଲେ। ବାପା ଯେଉଁଠି ଥିବେ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ। ମୁଁ କନ୍‌ଫିଡେଣ୍ଟ ଅଛି ଜୁନ ୪ ତାରିଖରେ ଝାରସୁଗୁଡାବାସୀ ବିରୋଧୀଙ୍କୁ ଉଚିତ ଜବାବ ଦେବେ ବୋଲି ନିଜର ପ୍ରତିକ୍ରିୟାରେ ଦୀପାଳି କହିଛନ୍ତି।

ରିପୋର୍ଟ- ଝାରସୁଗୁଡ଼ାରୁ ଭାଗୀରଥି ସାହୁ

BjD Jharsuguda Deepali Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe