Advertisment

ସିସୋଦିଆଙ୍କ ବଦଳିଲା ନିର୍ବାଚନ ମଣ୍ଡଳି, ଅବଧ ଓଝାଙ୍କୁ ମିଳିଲା ଟିକେଟ୍‌

ନିକଟରେ AAP ରେ ଯୋଗ ଦେଇଥିବା ଅବଧ ଓଝାଙ୍କୁ ଦଳ ପାଟପଡ଼ଗଞ୍ଜରୁ ମୈଦାନକୁ ଓହ୍ଲାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
AAP Candidade List

AAP Candidade List

ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ପଡିବ ଭୋଟ୍‌। ଏଥିପାଇଁ ଜୋରସୋର୍‌ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ଦଳର ନେତା। କାହାକୁ ମିଳିବ ଟିକେଟ୍‌ ସେ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆଜି ଆମ୍‌ ଆଦମୀ ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

Advertisment

ଆପ୍ ଜାରି କରିଥିବା ଏହି ତାଲିକାରେ ୨୦ ଜଣଙ୍କ ନାଁ ସାମିଲ ଅଛି। ଏଥର AAP ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍‌ ବଦଳାଇ ଦିଆଯାଇଛି। ଏଥର ତାଙ୍କୁ ଜଙ୍ଗପୁରାରୁ ଟିକେଟ୍‌ ମିଳିଛି। ସେହିପରି ନିକଟରେ AAP ରେ ଯୋଗ ଦେଇଥିବା ଅବଧ ଓଝାଙ୍କୁ ଦଳ ପାଟପଡ଼ଗଞ୍ଜରୁ ମୈଦାନକୁ ଓହ୍ଲାଇଛି।

କୋଚିଂ କ୍ଲାସ ଚଳାଉଥିବା ଚର୍ଚ୍ଚିତ ଶିକ୍ଷକ ଅବଧ ଓଝା ନିକଟରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥଇଲେ। ତେବେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ବର୍ତ୍ତମାନ ଏହା ଉପରେ ପୂର୍ଣ୍ଣଛେଦ ପଡିଛି। ସେ ମନୀଷ ସିସୋଦିଆଙ୍କ ଆସନ ପାଟପଡଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସିସୋଦିଆ କ୍ରମାଗତ ତିନିଥର ଏହି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ​​ସେ ବହୁତ କମ୍‌ ଭୋଟ୍‌ ବ୍ୟବଧାନରେ ଏଠାରୁ ଜିତିଥିଲେ।

Advertisment

ଏହା ବ୍ୟତୀତ ଆପ୍ ନରେଲାରୁ ଦୀନେଶ ଭରଦ୍ୱାଜଙ୍କୁ, ତିମାରପୁରରୁ ସୁରେନ୍ଦ୍ର ପାଲ ସିଂହ ବିଟ୍ଟୁ, ଆଦର୍ଶ ନାଗରରୁ ମୁକେଶ ଗୋୟଲ, ମୁଣ୍ଡକାରୁ ଜସବୀର କର୍ଲା, ମଙ୍ଗୋଲପୁରୀରୁ ରାକେଶ ଜାଟବ ଧର୍ମରକ୍ଷ, ରୋହିଣୀରୁ ପ୍ରଦୀପ ମିତ୍ତଲ ପ୍ରମୁଖଙ୍କୁ ଦଳ ଟିକେଟ୍‌ ଦେଇଛି।

Delhi Assembly Election AAP Candidate List