Advertisment

ଆପ୍‌କୁ ବିରୋଧ କରି ‘ବିଷାକ୍ତ ଯମୁନା’ରେ ବୁଡ଼ ପକାଇଲେ ବିଜେପିର ଦିଲ୍ଲୀ ମୁଖ୍ୟ, ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀରେ ପ୍ରଦୂଷଣ ସାମାନ୍ୟ କମିଥିବା ବେଳେ ଯମୁନା ନଦୀର ପାଣି ବିଷାକ୍ତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ପ୍ରବଳ ବିଷାକ୍ତ ଫେଣ ଦେଖିବାକୁ ମିଳିଛି।

Delhi

Delhi

Advertisment

ପ୍ରଦୂଷଣ ଯୋଗୁ ବିଷାକ୍ତ ହୋଇ ଯାଇଥିବା ଯମୁନା ନଦୀରେ ଗୋଟିଏ ଥର ବୁଡ଼ ପକାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା। ୨୦୨୫ ସୁଦ୍ଧା ଯମୁନାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ପ୍ରତିଶ୍ରୁତି ଦେଇ ଫେଲ ମାରିଥିବାରୁ ଏହାର ପ୍ରତିବାଦରେ ବୀରେନ୍ଦ୍ର ଏପରି ପଦକ୍ଷେପ ନେଇଥିଲେ। ହେଲେ ଯମୁନାରେ ଗୋଟିଏ ବୁଡ଼ା ମାରିବା ପରେ ସେ ସିଧା ହସ୍ପିଟାଲରେ ପହଞ୍ଚିଛନ୍ତି।

Advertisment

ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଶରୀରରେ ଛୋଟ ଛୋଟ ନାଲି ଦାଗ ସବୁ ପଡ଼ି ଯାଇଥିବା ବେଳେ ପ୍ରବଳ କୁଣ୍ଡେଇ ହେଉଛି। ସେହିପରି ସେ ଶ୍ୱାସକ୍ରିୟା ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି।

ବିଜେପି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନଦୀ ସଫେଇ ନାଁରେ ଆବଣ୍ଟିତ ହୋଇଥିବା ପାଣ୍ଠିକୁ ଦିଲ୍ଲୀ ସରକାର ହେରଫେର କରିଛନ୍ତି। ଦିଲ୍ଲୀ ସରକାର କରିଥିବା ଦୁର୍ନୀତିରେ ସେମାନଙ୍କୁ କ୍ଷମା କରିଦେବାକୁ ପ୍ରାର୍ଥନା କରି ସଚ୍ଚଦେବା ଯମୁନାରେ ବୁଡ଼ ପକାଇଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାଏ ବିଜେପିର ଏପରି ପଦକ୍ଷେପକୁ ଡ୍ରାମା ବୋଲି କହିଛନ୍ତି। ଉତ୍ତର ପ୍ରଦେଶ ଓ ହରିୟାଣାର ସରକାର ଶଳ୍ପାଞ୍ଚଳରୁ ବାହାରୁ ଥିବା ପ୍ରଦୂଷିତ ପାଣିକୁ ଯମୁନାକୁ ଛାଡ଼ୁଛନ୍ତି। ତେଣୁ ଯମୁନା ପ୍ରଦୂଷିତ ହେଉଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀରେ ପ୍ରଦୂଷଣ ସାମାନ୍ୟ କମିଥିବା ବେଳେ ଯମୁନା ନଦୀର ପାଣି ବିଷାକ୍ତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ପ୍ରବଳ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ଯମୁନା ନଦୀର ଦୃଶ୍ୟ ଏବେ ବରଫାଚ୍ଛନ୍ନର ଭ୍ରମ ସୃଷ୍ଟି କରୁଛି। ଦିଲ୍ଲୀର କାଳିନ୍ଦୀ କୁଞ୍ଜରେ ବର୍ଜ୍ୟବସ୍ତୁଗୁଡ଼ିକ ପାଣିକୁ ବିଷାକ୍ତମୟ କରିଦେଇଛି।

Bjp Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe