Advertisment

ଅରବିନ୍ଦ କେଜ୍ରିୱାଲ କହିଲେ, 'ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ୍...'

ଦିଲ୍ଲୀରେ ସରକାର ଚଳାଇବା ପାଇଁ ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ୍ ବୋଲି କେଜ୍ରିୱାଲ କହିଛନ୍ତି।

Arvind Kejriwal

Arvind Kejriwal

Advertisment

ଆଜି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ୍। ଦିଲ୍ଲୀରେ ସରକାର ଚଳାଇବା ପାଇଁ ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ୍ ବୋଲି କେଜ୍ରିୱାଲ କହିଛନ୍ତି। 

Advertisment

କାରଣ ବିଜେପି ଆମ ସରକାରକୁ ଯେପରି ବିକାଶମୂଳକ କାର୍ଯ୍ୟକୁ ରୋକୁଛି, ତା' ସତ୍ତ୍ୱେ ଆମେ ସରକାର ଚଳାଉଛୁ, ସେଥିପାଇଁ ମୋତେ ନୋବେଲ୍ ପୁରସ୍କାର ମିଳିବା ଉଚିତ୍।  

Advertisment

ସେ ଆହୁରି କହିଛନ୍ତି, "ବିଜେପି ଦିଲ୍ଲୀରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣକୁ ବନ୍ଦ କରିବାକୁ ଚେଷ୍ଟା କରୁଛି। ସେମାନେ ଚାହୁଁ ନାହାଁନ୍ତି ଯେ ଗରିବମାନେ ସେମାନଙ୍କ ପିଲାଙ୍କ ଭଳି ଶିକ୍ଷା ଲାଭ କରନ୍ତୁ। ସେମାନେ ଡାକ୍ତରଖାନା ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କେବଳ ମୁଁ ଜାଣେ, ମୁଁ କିପରି ଦିଲ୍ଲୀରେ ସରକାର ଚଳାଉଛି। ଏଥିପାଇଁ ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ।"

କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଜଳ ବୋର୍ଡ ଯୋଜନା ପାସ କରିଛି। ହେଲେ ବିଜେପି ଏହି ଯୋଜନାକୁ ବନ୍ଦ କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ କହିଛି। ଅଧିକାରୀମାନଙ୍କୁ ଧମକ ଦିଆଯାଉଛି, ସେମାନେ କାନ୍ଦୁଛନ୍ତି। ବିଜେପି ଅଧିକାରୀମାନଙ୍କୁ ଧମକ ଦେଉଛି, ସେମାନଙ୍କୁ ମନିଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଜେଲରେ ପଶାଇଦେବାକୁ ଧମନ ଦିଆଯାଉଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। 

Arvind Kejriwal Politics Delhi CM Nobel Prize
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe