Advertisment

'ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି'

ବିଜେପି ବିରୋଧରେ କେଜ୍ରିଓ୍ୱାଲ ଆଣିଛନ୍ତି ବଡ଼ ଅଭିଯୋଗ।

ଅଦ୍ୟତନ ହୋଇଛି
undefined

Kejriwal

Advertisment

ମଦ ଦୁର୍ନୀତି ମାମଲାରେ ବଢ଼ିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅଡୁଆ। ଇଡି ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ନେଇ ଆଶଙ୍କା କରାଯାଉଛି। ଏହାରି ଭିତରେ କେଜ୍ରିଓ୍ୱାଲ ବିଜେପି ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ। ସେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି। ବିଜେପି ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ନେଇ ସେ ଅଭିଯୋଗ କରିଛନ୍ତି।

Advertisment

କେଜ୍ରିଓ୍ୱାଲ କହିଛନ୍ତି, 'ସିବିଆଇ ମୋତେ ୮ ମାସ ପୂର୍ବେ ଡାକିଥିଲା। ମୁଁ ଯାଇଥିଲି ଓ ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। କିନ୍ତୁ ଏବେ ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ମୋତେ ପୁଣି ଥରେ ତଦନ୍ତ ପାଇଁ ଡକାଯାଉଛି। ତେବେ ପଚରାଉଚରା ବାହାନାରେ ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି। ଏହାଦ୍ୱାରା ମୁଁ ଆଉ ନିର୍ବାଚନ ପ୍ରଚାର କରିପାରିବି ନାହିଁ। ଯେଉଁମାନେ ବିଜେପି ସହ ସହମତ ନୁହଁନ୍ତି ସେମାନଙ୍କୁ ଏମାନେ ଜେଲକୁ ପଠାନ୍ତି। '

ସେ ଆହୁରି କହିଛନ୍ତି, ଗତ ଦୁଇ ବର୍ଷ ବିଜେପିର ସମସ୍ତ ତଦନ୍ତକାରୀ ସଂସ୍ଥା ମଦ ଦୁର୍ନୀତିକୁ ନେଇ ଚଢ଼ାଉ କରୁଛି ଓ ଅନେକ ଗିରଫଦାରୀ ମଧ୍ୟ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିରେ ଟଙ୍କା ଟିଏ ବି ହେରଫେର ହୋଇଥିବା କଥା ସାମ୍ନାକୁ ଆସିନାହିଁ। ବିଜେପି ମୋ ନାଁରେ ମିଥ୍ୟା ଅଭିଯୋଗ କରୁଛି। ଏଭଳି ମିଥ୍ୟା ଅଭିଯେଗରେ ପୂର୍ବରୁ ଅନେକ ଆପ୍ ନେତାଙ୍କୁ ଗିରଫ କରି ଜେଲରେ ରଖାଯାଇଛି। ଏବେ ବିଜେପି ମୋତେ ମଧ୍ୟ ଗିରଫ କରି ଲୋକସଭା ନିର୍ବାଚନରେ ପ୍ରଚାରରୁ ଦୂରେଇ ରଖିବାକୁ ଚାହୁଁଛି।

Advertisment

ଏହାରି ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ୱାଲଙ୍କୁ ଚତୁର୍ଥ ଥର ପାଇଁ ସମନ ପଠାଇବା ଲାଗି ପ୍ରସ୍ତୁତ ହେଉଛି। କେଜ୍ରିଓ୍ୱାଲଙ୍କ ଜବାବର ଇଡି ସମୀକ୍ଷା କରୁଛି। ଏହାପୂର୍ବରୁ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ତିନି ଥର ସମନ ପଠାଇ ସାରିଛି। କିନ୍ତୁ ସେ ହାଜର ହେବା ପାଇଁ ବାରମ୍ବାର ମନା କରି ଆସୁଛନ୍ତି। ଇଡି ପଚରାଉଚରା ବାହାନାରେ କେଜ୍ରିଓ୍ୱାଲଙ୍କୁ ଗିରଫ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ତାଙ୍କ ଦଳ ଦାବି କରୁଛି।

Arvind Kejriwal ED Raid Bjp Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe