Advertisment

ପଦରୁ ଇସ୍ତଫା ଦେଲେ କଂଗ୍ରେସ ଦିଲ୍ଲୀ ମୁଖ୍ୟ ଅରବିନ୍ଦର ସିଂହ ଲଭଲି

ସେ ଆଜି ତାଙ୍କ ଇସ୍ତଫା ପତ୍ର ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।

ଅଦ୍ୟତନ ହୋଇଛି
Arvinder Singh Lovely

Arvinder Singh Lovely

Advertisment

ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଦୀପକ ବାବରିଆ ବାରମ୍ବାର ତାଙ୍କ କାମରେ ହସ୍ତକ୍ଷେପ କରିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

Advertisment

ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଅରବିନ୍ଦର ସିଂହ ଲଭଲି କହିଛନ୍ତି ଯେ, ମୋତେ ଏବେ ପଙ୍ଗୁ ଭଳି ଅନୁଭବ ହେଉଛି ଏବଂ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ମୁଁ ଅସମର୍ଥ। 

ଏଥିସହ ଇସ୍ତଫା ଦେବାର ଅନ୍ୟ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି ଲଭଲି। ସେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଏଏପି) ସହ କଂଗ୍ରେସର ମେଣ୍ଟ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ବିରୁଦ୍ଧରେ ଏକାଧିକ ଅଭିଯୋଗ ଉଠାଇ ଆପ୍ ଗଠନ ହୋଇଥିଲା, ସେହି ଦଳ ସହ କଂଗ୍ରେସ କିପରି ଗଠବନ୍ଧନ ହୋଇପାରିଲା? 

Advertisment

ଦିଲ୍ଲୀ କଂଗ୍ରେସ ସେହି ଦଳ ସହ ଗଠବନ୍ଧନ ବିରୁଦ୍ଧରେ ଥିଲା, ଯେଉଁ ଦଳ କଂଗ୍ରେସ ବିରୋଧରେ ଭ୍ରଷ୍ଟାଚାରର ମିଥ୍ୟା ଏବଂ ମନଗଢା  ଅଭିଯୋଗ ଆଧାରରେ ଗଠିତ ହୋଇଥିଲା। ଏହା ସତ୍ତ୍ୱେ ଦଳ ଦିଲ୍ଲୀରେ AAP ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି।

Congress Delhi Congress Chief Resigns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe