Advertisment

‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି

ଦିଲ୍ଲୀ ପାଇଁ ବିଜେପି ଓ ଆପ୍‌ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।

author-image
Hemant Lenka
Congress

Congress

ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ‘ମୌକା ମୌକା ହର ବାର ଧୋକା’ ଶୀର୍ଷକ ଗୋଟିଏ ବହି ଜାରି କରାଯାଇଛି। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ, ଦଳର ନେତା ଅଜୟ ମାକେନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଉଭୟ ବିଜେପି ଓ ଆପକୁ କଟାକ୍ଷ କରି ବହିକୁ ସାର୍ବଜନୀନ କରାଯାଇଛି। ଦିଲ୍ଲୀ ପାଇଁ ବିଜେପି ଓ ଆପ୍‌ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।

Advertisment

ଦିଲ୍ଲୀ ପାଇଁ ଚିନ୍ତା ପ୍ରକଟ କରି ଦେବେନ୍ଦ୍ର ଯାଦବ କହିଛନ୍ତି, ବିଗତ ୧୧ ବର୍ଷ ହେଲା ଆପ୍‌ ଏଠାରେ କ୍ଷମତାରେ ରହିଛି। ସେହିପରି ୧୦ ବର୍ଷରୁ ଅଧିକ ସମୟ ହେଲାଣି ବିଜେପି କେନ୍ଦ୍ରରେ ରହିଛି। ଏହି ଦୁଇ ସରକାରଙ୍କୁ ଚୟନ କରିବା ବେଳେ ଦିଲ୍ଲୀବାସୀ ଅନେକ ଆଶା ରଖିଥିଲେ। ହେଲେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଲୋକଙ୍କୁ କେବଳ ଧୋକା ମିଳିଛି। ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ସହ ଆଉ କିଛି ବି ମିଳିନାହିଁ ବୋଲି ସେ କହିଛନ୍ତି।

ମୌକା ମୌକା ହର ବାର ଧୋକା ଶୀର୍ଷକ ବହିରେ ଆପ୍‌ ଓ ବିଜେପି ସରକାର ବିଫଳତରା ତାଲିକା ରହିଛି। ସେହିପରି ଦୁଇ ଦଳ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ କେମମିତି ପୂରଣ କରିପାରି ନାହାନ୍ତି, ତା’ର ତାଲିକା ମଧ୍ୟ ଉକ୍ତ ବହିରେ ରହିଛି। 

Advertisment

ଶୀଲା ଦୀକ୍ଷିତ ୧୫ ବର୍ଷ ଧରି ଦିଲ୍ଲୀରେ କଂଗ୍ରେସ ସରକାର ଚଳାଇଥିଲେ। ଏହି ସମୟରେ କ’ଣ ସବୁ ବିକାଶ ହୋଇଥିଲା, ସେକଥା ମଧ୍ୟ ଦେବେନ୍ଦ୍ର ଯାଦବ ଆଜି କହିଛନ୍ତି।

ଭିତ୍ତିଭୂମି ଠାରୁ ଆରମ୍ଭ କରି ପରିବେଶର ସୁରକ୍ଷା, ମହିଳା ସଶକ୍ତୀକରଣ, ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ କଲ୍ୟାଣ ଯୋଜନା ଓ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ରନ୍ଧନ ଗ୍ୟାସ ଓ ରାସନ କାର୍ଡର ବ୍ୟବସ୍ଥା କଂଗ୍ରେସ ସରକାର ସମୟରେ ହୋଇଥିଲା ବୋଲି ଯାଦବ କହିଛନ୍ତି।

Congress Delhi Election Delhi Assembly Election