Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା: କେ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

ପୁଅର ପରୀକ୍ଷା ଥିବା ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ...

author-image
Debibandita Barick
K Kabitha

K Kabitha

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ବିଆରଏସ ନେତ୍ରୀ କେ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ। ଆଜି ଦିଲ୍ଲୀର ଏକ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। 

Advertisment

କବିଥା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ୧୬ ବର୍ଷୀୟ ପୁଅର ପରୀକ୍ଷା ଅଛି ଏବଂ ଏହି ସମୟରେ ତାକି ମାଆର ଆବଶ୍ୟକତା ଥିବା ଦର୍ଶାଇ ସେ ଜାମିନ ପାଇଁ ଆବେଦନ କରିଥିଲେ।

ଆଜି ଦିଲ୍ଲୀର ଏକ ସ୍ୱତନ୍ତ୍ର ଜଜ୍ କାବେରୀ ବାୱେଜା ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ କବିତାଙ୍କ ଅବାଦେନକୁ ଚ୍ୟାଲେଞ୍ଜ କରିଥିଲା ଇଡି। ପ୍ରମାଣ ନଷ୍ଟ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଯୁକ୍ତି ବାଢିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ଉଭୟ ପକ୍ଷଙ୍କୁ ଶୁଣିବା ପରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ବର୍ତ୍ତମାନ ସମୟରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇହେବ ନାହିଁ ବୋଲି କାବେରୀ ବାୱେଜା କହିଛନ୍ତି।

Advertisment

ଇଡି ଅଭିଯୋଗ ଅନୁସାରେ, ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍‌କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର କବିତା ଜଣେ ମୁଖ୍ୟ ସଦସ୍ୟ। ଏହି ଅଭିଯୋଗକୁ ଭିତ୍ତି କରି ମାର୍ଚ୍ଚ ୧୫ରେ କେ କବିତାଙ୍କୁ ଗିରଫ କରିଥିଲା ଇଡି।

ବିଆରଏସ ସମର୍ଥକଙ୍କ ବିରୋଧ ମଧ୍ୟରେ ହାଇଦ୍ରାବାଦ ବନଜାରା ହିଲ୍ସ ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରଦିନ ତାଙ୍କୁ ସାତ ଦିନିଆ ଇଡି ହେପାଜତକୁ ପଠାଯାଇଥିଲା। ପରେ ରିମାଣ୍ଡ ଅବଧି ତିନି ଦିନ ବୃଦ୍ଧି କରାଯାଇଥିଲା। ଗତ ମଙ୍ଗଳବାର ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।

Ed Brs K.Kavitha Delhi Excise Scam Case