Advertisment

ମନୀଷ ସିସୋଦିଆ ଓ ସଞ୍ଜୟ ସିଂହଙ୍କୁ ଝଟ୍‌କା, ହେପାଜତ ମିଆଦ ବୃଦ୍ଧି

ମନିଲଣ୍ଡରିଂ ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ମନୀଷ ସିସୋଦିଆଙ୍କୁ ଓ ଅକ୍ଟୋବର ୪ ତାରିଖ ଇଡି ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା।

author-image
Madhupriya Mistry
Manish Sisodia and Sanjay Singh

Manish Sisodia and Sanjay Singh

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜାୟ ସିଂହଙ୍କୁ ଝଟ୍‌କା। ସେମାନଙ୍କୁ ମିଳିଲାନି ଆଶ୍ୱସ୍ତି। ବଢ଼ିଲା ଉଭୟଙ୍କ ନ୍ୟାୟିକ ହେପାଜତ ମିଆଦ। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସଞ୍ଜୟ ସିଂହ ଓ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ମିଆଦକୁ ଆସନ୍ତା ଫେବ୍ରୁଆରୀ ୩ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ତେଣୁ ଉଭୟ ଫେବ୍ରୁଆରୀ ଯାଏଁ ଜେଲ୍‌ରୁ ବାହାରି ପାରିବେ ନାହିଁ। 

Advertisment

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ଓ ସଞ୍ଜୟ ସିଂହଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜାରିଆ ଉଭୟ ହାଜର ହୋଇଥିଲେ। କୋର୍ଟ ଉଭୟଙ୍କ ମାମଲାର ଶୁଣାଣି କରି ଏମାନଙ୍କ ହେପାଜତ ମିଆଦ ବୃଦ୍ଧି କରିଛନ୍ତି। 

ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ତଥା ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କିରଥିଲା। ସେବେ ଠାରୁ ସେ ଜେଲରେ ଅଛନ୍ତି। ସେହିପରି ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତବର୍ଷ ଅକ୍ଟୋବର ୪ ତାରିଖରେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା।

Advertisment

ତେବେ ଗିରଫ ପୂର୍ବରୁ ଇଡି ବିନା କୌଣସି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିବା ସଞ୍ଜୟ ସିଂହ କହିଥିଲେ। ଆଦାନୀ ଗ୍ରୁପ କରିଥିବା ଦୁର୍ନୀତିର ଖୁଲାସା କରିବା ପରେ ଇଡିରେ ଅଭିଯୋଗ କରିଥିଲି। କିନ୍ତୁ ଇଡି ଆଦାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲା ନାହିଁ ବୋଲି ଆପ୍‌ ସାଂସଦ ସଞ୍ଜୟ ସିଂହ କହିଥିଲେ।

AAP Manish Sisodia Sanjay Singh