Advertisment

କେଜ୍ରିୱାଲଙ୍କ ସ୍ଥାନରେ ଆତିଶୀ ନୁହନ୍ତି, କୈଳାସ ଗେହଲଟ କରିବେ ପତାକା ଉତ୍ତୋଳନ

ଅଗଷ୍ଟ 15ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ କୈଳାସ ଗେହଲଟ ଦିଲ୍ଲୀରେ ପତାକା ଉତ୍ତୋଳନ କରିବେ।

author-image
Debibandita Barick
Delhi CM & LG

Delhi CM & LG

ସ୍ୱାଧୀନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ଗୃହମନ୍ତ୍ରୀ କୈଳାସ ଗେହଲଟଙ୍କ ନାଁରେ ମୋହର ମାରିଛନ୍ତି ଉପରାଜ୍ୟପାଳ ଭିକେ ସକ୍ସେନା। ଅଗଷ୍ଟ 15ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ କୈଳାସ ଗେହଲଟ ଦିଲ୍ଲୀରେ ପତାକା ଉତ୍ତୋଳନ କରିବେ।

Advertisment

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଫଳରେ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସ୍ଥାନରେ ଗୃହମନ୍ତ୍ରୀ କୈଳାସ ଗେହଲଟ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବେ।

ତେବେ ଏହାକୁ ନେଇ ଆପ୍ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିଲେ ମଧ୍ୟ ତାଙ୍କ ସ୍ଥାନରେ ଶିକ୍ଷାମନ୍ତ୍ରୀ ଆତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଉ ବୋଲି ଉପରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଥିଲେ। କିନ୍ତୁ ଉପରାଜ୍ୟପାଳ ସକ୍ସେନା କୈଳାସଙ୍କ ନାଁରେ ମୋହର ମାରିଛନ୍ତି। 

Advertisment

ଏହାକୁ ନେଇ ଆପ୍ ଏବଂ ସକ୍ସେନାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି। ସେପଟେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କ ତରଫରୁ କୌଣସି ଯୋଗାଯୋଗ କରାଯାଇ ନାହିଁ। ସେ ତାଙ୍କ ସ୍ଥାନରେ ଆତିଶୀଙ୍କୁ ପତାକା ଉତ୍ତୋଳନର ଦାୟିତ୍ୱ ଦେବାକୁ ଚାହୁଁଥିବା ନେଇ କୌଣସି ଖବର ଆସିନଥିବା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

Arvind Kejriwal Independence Day Delhi LG Atishi Delhi Flag Husting VK Saxena