Advertisment

ମଦ ଦୁର୍ନୀତି ମାମଲା: ଆଉ ଜଣେ ଆପ୍‌ ନେତାଙ୍କୁ ଡାକିଲା ଇଡି

ମନୀଷ ସିସୋଦିଆ, ସଞ୍ଜୟ ସିଂହ, ଓ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ ଏବେ ଦୁର୍ଗେଶ ପାଠକ ମଧ୍ୟ ଇଡି ରାଡାର୍‌କୁ ଆସିଛନ୍ତି।

author-image
Madhupriya Mistry
Durgesh-Pathak

Durgesh-Pathak

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଥମିବାର ନାଁ ନେଉ ନାହିଁ ଆମ୍‌ ଆଦମୀ ପାର୍ଟିର ଅଡୁଆ। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ନେତାଙ୍କ ପାଳି ପଡୁଛି। ଏବେ ଏହି ତଥା କଥିତ ଦୁର୍ନୀତି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଜଣେ ଆପ୍‌ ନେତାଙ୍କୁ ସମନ କରିଛି।

Advertisment

ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କୁ ଇଡି ସମନ କରିଛି। ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ଅଭିଯୋଗରେ ତାଙ୍କୁ ପଚରାଉଚରା କରିବା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭଗ କୁମାରଙ୍କ ସହ ଦୁର୍ଗେଶ ପାଠକଙ୍କ ନାଁ ମଧ୍ୟ ଏହି ଦୁର୍ନୀତି ମାମଲରେ ସାମ୍ନାକୁ ଆସିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କୁ ଇଡି ମୁଖ୍ୟାଳୟରେ ପଚରାଉଚରା କରାଯାଉଛି। ବର୍ତ୍ତମାନ ପଚରାଉଚରା ପାଇଁ ଦୁର୍ଗେଶ ପଠକଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ଇଡି ଦୁର୍ଗେଶ ପାଠକଙ୍କ ମୋବାଇଲ ଜବତ କରିନେଇଛି। ଆଜି ଅପରାହ୍ଣ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ସମନ ପଠାଯାଇଛି। ୨୦୨୨ରେ ଯେତେବେଳେ ଇଡି ବିଜୟ ନାୟରଙ୍କ ଘରେ ଚଢ଼ାଉ କରିଥିଲା ସେତେବେଳେ ଦୁର୍ଗେଶ ପାଠକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି କୁହାଯାଉଛି।

ମନୀଷ ସିସୋଦିଆ, ସଞ୍ଜୟ ସିଂହ, ଓ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ ଏବେ ଦୁର୍ଗେଶ ପାଠକ ମଧ୍ୟ ଇଡି ରାଡାର୍‌କୁ ଆସିଛନ୍ତି। ଗୋଆ ନିର୍ବାଚନରେ ​​ବେଳେ ବରିଷ୍ଠ ନେତା ଦୁର୍ଗେଶ ପଠକ ଦଳର ଦାୟିତ୍ୱରେ ଥିଲେ। ବର୍ତ୍ତମାନ ସେ ଦିଲ୍ଲୀର ରାଜିନ୍ଦର ନାଗରରୁ ବିଧାୟକ ଅଛନ୍ତି। ସେ ଦଳର ଜଣେ ପୁରୁଣା ନେତା ଏବଂ ଆରମ୍ଭରୁ AAP ସହିତ ଜଡିତ ଅଛନ୍ତି।

AAP Delhi Liquor Policy Case ED Summon Durgesh Pathak