Advertisment

ଗିରଫଦାରୀକୁ ଚ୍ୟାଲେଞ୍ଜ, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ

ଟ୍ରାଏଲ କୋର୍ଟ ମଧ୍ୟ ଦେଇଥିବା ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି ସଞ୍ଜୟ ସିଂହ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ।

author-image
Debibandita Barick
ଅଦ୍ୟତନ ହୋଇଛି
Sanjay Singh

Sanjay Singh

ଗିରଫଦାରୀକୁ ଚ୍ୟାଲେଞ୍ଜ କଲେ ଆପ୍ ସାଂସଦ ସଞ୍ଜୟ ସିଂହ। ଦିଲ୍ଲୀ 2021-22 ଅବକାରୀ ନୀତିରେ ଅର୍ଥ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆପର ରାଜ୍ୟସଭା ସାଂସଦ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫଦାରୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସାଂସଦ ସଞ୍ଜୟ ସିଂହ।

Advertisment

ଟ୍ରାଏଲ କୋର୍ଟ ମଧ୍ୟ ଦେଇଥିବା ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଗତ ସପ୍ତାହରେ, ଦିଲ୍ଲୀ କୋର୍ଟ ସଞ୍ଜୟ ସିଂହଙ୍କ ରିମାଣ୍ଡ ଅବଧି ଶୁକ୍ରବାର(ଅକ୍ଟୋବର 13) ଯାଏ ବୃଦ୍ଧି କରିଥିଲେ। ଏହାପରେ ଇଡି ତାଙ୍କୁ ହେପାଜତକୁ ନେଇଥିଲା। ମାମଲା ସହ ଜଡିତ କିଛି ନୂଆ ତଥ୍ୟର ଖୁଲାସା ଏବଂ ଡିଜିଟାଲ୍ ଡାଟା ଜାଣିବା ପାଇଁ ରିମାଣ୍ଡ ଅବଧି ବୃଦ୍ଧି କରାଯାଇଥିବା କହିଥିଲେ କୋର୍ଟ। 

Advertisment

ଇଡି କୋର୍ଟଙ୍କୁ କହିଥିଲା ଯେ, ଚଢାଉ ସମୟରେ ସଞ୍ଜୟ ସିଂହଙ୍କ ଘରୁ ଦୁର୍ନୀତି ସହ ଜଡ଼ିତ କିଛି ଡିଜିଟାଲ ପ୍ରମାଣ ମିଳିଛି। ଏଗୁଡ଼ିକ ସତ୍ୟାସତ୍ୟ ଜାଣିବା ପାଇଁ ସଞ୍ଜୟ ସିଂହଙ୍କୁ ହେପାଜତକୁ ନେଇ ଜେରା କରିବାର ଆବଶ୍ୟକତା ରହିଛି। ଏହି ଆଧାରରେ ତାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରାଯାଉଥିବା ସ୍ୱତନ୍ତ୍ର ବିଚାରପତି ଏମ କେ ନାଗପାଲ କହିଥିଲେ। କିନ୍ତୁ ଉଭୟ ଗିରଫଦାରୀ ଏବଂ ରିମାଣ୍ଡ ଅବଧି ବୃଦ୍ଧିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସଞ୍ଜୟ ସିଂହ।

ଅକ୍ଟୋବର 4ରେ ଦିଲ୍ଲୀ ସ୍ଥିତ ସଞ୍ଜୟ ସିଂହଙ୍କ ବାସଭବନରେ ଦୀର୍ଘ ସମୟ ଧରି ଖୋଳତାଡ କରିବା ପରେ ଶେଷରେ ତାଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଏବେ ବି ଜେଲରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିସିଦିଆଙ୍କୁ ଏହି ମାମଲାରେ ସିବିଆଇ ଗିରଫ କରିଛି। 

Delhi High Court AAP Sanjay Singh Delhi Liquor Scam Case Ed Delhi Police