/odisha-reporter/media/post_attachments/uploadimage/library/16_9/16_9_0/AAP_1716906183.jpg)
AAP
ଛୋଟ ପିଲାଙ୍କ ପାଇଁ ଉପଲବ୍ଧ ଥିବା ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ଗତ ସପ୍ତାହରେ ନିଆଁ ଲାଗି ୭ ଜଣ ନବଜାତଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଏଥିସହ ସେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ମଧ୍ୟ ଅବହେଳା ପାଇଁ ସମାଲୋଚନା କରିଛନ୍ତି।
ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ଘଟଣା ପଛରେ ଥିବା ସମ୍ଭାବ୍ୟ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜୀକରଣ ଓ ସହରରେ ଥିବା ଘରୋଇ ନର୍ସିଂ ହୋମର ପରିଚାଳନା ଉପରେ ସେ ସନ୍ଦେହ ପ୍ରକାଶ କରିଛନ୍ତି। ନିୟମ ଉଲ୍ଲଙ୍ଘନ କରି ଏମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ସେ ଆଶଙ୍କା କରିଛନ୍ତି। ଏଥିପାଇଁ ଦୁର୍ନୀତି ନିବାରଣ ଶାଖାକୁ ତଦନ୍ତ ପାଇଁ କହିଛନ୍ତି।
ଉପ ରାଜ୍ୟପାଳ ସକ୍ସେନା କହିଛନ୍ତି, ସହରରେ ଥିବା ନର୍ସିଂ ହୋମଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟାର ଯାଞ୍ଚ କରିବାକୁ ଏସିବିକୁ ନିର୍ଦ୍ଦେଶ ଦିଆଯାଇଛି। କେମିତି ବିନା ଲାଇସେନ୍ସରେ ଅନେକ ନର୍ସିଂ ହୋମ ଚାଲୁଛି ଓ ଲାଇସେନ୍ସ ପ୍ରାପ୍ତ ସଂସ୍ଥାଗୁଡ଼ିକ କେମିତି ନିୟମ ଉଲ୍ଲଙ୍ଘନ କରୁଛନ୍ତି, ତା’ର ଯାଞ୍ଚ ହେବ। ଅଧିକୃତ ଅଧିକାରୀଙ୍କ ଅବହେଳା ଯୋଗୁ ସେ ବାଧ୍ୟ ହୋଇ ଘଟଣାରେ ହସ୍ତକ୍ଷେପ କରିଥିବା ମଧ୍ୟ କହିଛନ୍ତି।
ଶନିବାର ବିବେକ ବିହାରରେ ଥିବା ବେବୀ କେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୭ ଜଣ ଶିଶୁ ପ୍ରାଣ ହରାଇଥିଲେ। ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକାଧିକ ନିୟମକୁ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ହସ୍ପିଟାଲରେ ଏମର୍ଜେନ୍ସି ଏକଜିଟ୍ ବ୍ୟବସ୍ଥା ନଥିଲା। ସଂସ୍ଥା ପାଖରେ ବୈଧ ନୋ ଅବଜେକସନ ପ୍ରମାଣପତ୍ର ନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣା ବେଳେ ହସ୍ପିଟାଲରେ ଉପସ୍ଥିତ ଥିବା ଦୁଇ ଜଣ ଡାକ୍ତର ନବଜାତଙ୍କ ଚିକିତ୍ସା ପାଇଁ ଯୋଗ୍ୟ ନୁହନ୍ତି। ସେମାନଙ୍କ ପାଖରେ କେବଳ ଆୟୁର୍ବେଦ ମେଡିସିନ ଓ ସର୍ଜରୀ ଡିଗ୍ରୀ ରହିଛି। ପୁଲିସ୍ ଏହି ଘଟଣାରେ ଦୁଇ ଡାକ୍ତର ଓ ହସ୍ପିଟାଲର ମାଲିକ ଡା ନବୀନ ଖିଚିଙ୍କୁ ଗିରଫ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
